Odishara banya samasya Essay in Odia | Flood in Odisha Essay in Odia | pratikara essay in Odia | Floods in Odisha essay in Odia | Floods in Odisha and its remedy essay in Odia | ଓଡିଶାର ବନ୍ୟା ସମସ୍ୟା ଓ ତାହାର ପ୍ରତିକାର ରଚନା | Odishara banya samasya o tahara nirakarana rachana in Odia | Odishara banya samasya o tahara pratikara rachana in Odia | ଓଡିଶାର ବନ୍ୟା ସମସ୍ୟା ଓ ତାହାର ନିରାକରଣ ରଚନା
Odishara banya samashya o taharo pratikara in Odia /
Floods in Odisha and its remedy essay in Odia
Sita rutu rachana in odia
Give your Important Feedback by Commenting below
Thanks for Visit
ଉପକ୍ରମ –
ଓଡିଶା ହେଉଛି ଏକ ଉପକୂଳବର୍ତ୍ତୀ ରାଜ୍ୟ । ନିସର୍ଗ ସୁଷମାର ଗନ୍ତାଘର ଆମର ଓଡିଶା ରାଜ୍ୟ, ବିଧାତାର ଇଙ୍ଗିତରେ ସତେଯେପରି ମାନବୀୟ ସୁଖଦୁଃଖ, ଘାତପ୍ରତିଘାତ, ଯାତନା ଯନ୍ତ୍ରଣା, ଉତଥାନପତନକୁ ଅଙ୍ଗୀରେ କରି ନେଇଛି । ଚିତ୍ରପୁରୀ ଓଡିଶାର ନାନ୍ଦନିକ ପ୍ରକୃତି ସରଳ ଉଦାସ ଓଡିଶାବାସୀଙ୍କୁ କେତେବେଳେ ଆହ୍ଲାଦିତ କରୁଛି ଓ କେତେବେଳେ ପୁଣି ତାର ପ୍ରଳୟଙ୍କରୀ କରାଳ ତାଣ୍ଡବରେ ପ୍ରତି ଅନ୍ତରରେ ଭୀତି ସଞ୍ଚାର କରୁଛି । ବନ୍ୟା, ବାତ୍ୟା, ଦୁର୍ଭିକ୍ଷ, ମରୁଡି ଆଦି ଦୈବୀପାକ କବଳରେ କବଳିତ । ତେଣୁ ପ୍ରାକୃତିକ ସୁଷମା ଓ ଅମୂଲ୍ୟ ଖଣିଜ ସମ୍ପଦ ପରିପୂର୍ଣ୍ଣ ଥାଇ ମଧ୍ୟ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ଋତୁଗର୍ତ୍ତା ଉତ୍କଳ ଭୂଇଁ ସବୁବେଳେ ଦରିଦ୍ରର କଷାଘାତରେ ମ୍ରିୟମାଣ । ବନ୍ୟା ବିପତ୍ତି ବର୍ଷକୁ ବର୍ଷ ଲାଗି ରହି ଓଡିଶାର ଆଶୁ ଉନ୍ନତି ପଥରେ ଅନ୍ତରାୟ ସୃଷ୍ଟି କରିଛି ।
ବନ୍ୟାର କାରଣ –
ଓଡିଶାର ଅନେକ ପ୍ରଧାନ ନଦୀ, ସେଗୁଡିକର ଉପନଦୀ ଓ ଶାଖାନଦୀ ପ୍ରବାହିତ ହେଉଛନ୍ତି । ଘଞ୍ଚ ଅରଣ୍ୟାନୀ ମଧ୍ୟରୁ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ଋଷିକଲ୍ୟା ଓ ବଂଶଧରା ଆଦି ନଦୀଗୁଡିକ ନିର୍ଗତ ହୋଇ ସେମାନଙ୍କର ପ୍ରବାହମାନ ଜଳଧାରାରେ ଉତ୍କଳର ସମତଳ ଅଞ୍ଚଳକୁ ସୁଜଳା, ସୁଫଳା, ଶସ୍ୟଶ୍ୟାମଳା କରି ସବୁଜଶ୍ରୀରେ ମଣ୍ଡିତ କରିଛନ୍ତି । ଦିନଥିଲା ଏହାର ବିସ୍ତିର୍ଣ୍ଣ ବକ୍ଷରେ ପ୍ରାଚୀନ ବଣିକ ତାର ବାଣିଜ୍ୟତରୀ ଭସାଇ ସୁଦୁର ବିଦେଶକୁ ବାଣିଜ୍ୟ ଯାତ୍ରା କରୁଥିଲେ, ସୁତରାଂ ଉତ୍କଳର ପୂର୍ଣ୍ଣ ଗର୍ଭା ନଦୀଗୁଡିକ ଏହାର କୃଷି ତଥା ବାଣିଜ୍ୟ ପ୍ରଗତିରେ ସହାୟକ ହେଉଥିଲା ; ମାତ୍ର ସାମ୍ପ୍ରତିକ କାଳରେ ସେହିସବୁ ହିତାକଂକ୍ଷିଣୀ ନଦୀଗୁଡିକ କୂଳପ୍ଲାବନୀ ହୋଇ ଯେପରି ଭାବରେ ବନ୍ୟାର ଦାରୁଣ ବିଭୀଷିକା ସୃଷ୍ଟି କରୁଛନ୍ତି, ତାହା ଉତ୍କଳର ସୁଖ ସମୃଦ୍ଧିକୁ ପ୍ରତିହତ କରିବା ସଙ୍ଗେ ସଙ୍ଗେ ଆଜିର ମୁଖ୍ୟ ସମସ୍ୟା ଓ ବିପତ୍ତିର କାରଣ ହୋଇଛନ୍ତି ।
ନିୟମିତ ମୌସୁମୀ ପ୍ରବାହ ତଥା ଦିନଦିନ ଧରି ଉପରମୁଣ୍ଡରେ କ୍ରମାଗତ ବୃଷ୍ଟିପାତ ହେବା ଫଳରେ ବନ୍ୟାର ଆଶଙ୍କା ସୃଷ୍ଟି ହୁଏ । ପୂର୍ଣ୍ଣଗର୍ଭା ନଦୀଗୁଡିକ କୂଳବାସୀଙ୍କୁ ଆତଙ୍କିତ କରନ୍ତି । ପ୍ରଚଣ୍ଡବେଗରେ କ୍ଷିପ୍ର ଜଳଧାର ବନଭୂମି ଅତିକ୍ରମ କରି ନିମ୍ନକୁ ପ୍ରବାହିତ ହୁଅନ୍ତି କାଳକ୍ରମେ ପ୍ରଶସ୍ତ ଓ ଗଭୀର ନଦୀ ଶର୍ଯ୍ୟା ବାଲୁକା ରାଶିରେ ପୋତି ହେବାରୁ ଜଳର ଦ୍ରୁତ ନିଷ୍କାସନରେ ବାଧା ସୃଷ୍ଟିହୁଏ । ବାରମ୍ଵାର ପ୍ରଖର ସ୍ରୋତର ଆଘାତରେ ଉଭୟ ପାର୍ଶ୍ଵସ୍ଥ ନଦୀବନ୍ଧ ଗୁଡିକ ମୃତ୍ତିକାକ୍ଷୟ ହେତୁ ଦୁର୍ବଳ ହୋଇପଡନ୍ତି ଏବଂ ପରିଶେଷରେ ନଦୀଜଳ କୂଳଲଙ୍ଘନ କରି ପ୍ରଳୟ ତାଣ୍ଡବ ରଚନା କରେ ।
ବନ୍ୟା ବିଭୀଷିକା –
ପ୍ରତିବର୍ଷ ଅଗଷ୍ଟ ଓ ସେପ୍ଟେମ୍ଵର ମାସରେ ନଦୀଗୁଡିକ ଜଳପୂର୍ଣ୍ଣ ହୋଇ କୂଳଲଙ୍ଘନ କରନ୍ତି । ବହୁ ବୃଷ୍ଟିପାତ ଫଳରେ ନଦୀଗୁଡିକରେ ପ୍ରବଳ ବନ୍ୟାଜଳ ନିମ୍ନାଭିମୁଖୀ ହୁଏ । ଜଳ ନିଷ୍କାସନ ମନ୍ଥର ହେବାରୁ ନଦୀଜଳ ଉତକୂଳ ହୁଏ । ସୁ ସୁ ଗର୍ଜନ କରି ଜଳରାଶି କୂଳଜୀସୀଙ୍କୁ ଭୀତତ୍ରସ୍ତ କରେ । ନଦୀଜଳରେ ଢେଉ ଉଠି ନଦୀବନ୍ଧରେ ଧକ୍କା ଦେଉଥାଏ । ନଦୀର ସେ କୁଳୁକୁଳୁ ନିନାଦିନୀ ନୀଳ କୋମଳ ଢେଉମାନ ନ ଥାଏ । ସେତେବେଳେ ନଦୀ ହେଉଛି ଏକ ଧୂସର କାୟା ଗର୍ଜନଶୀଳା ରାକ୍ଷସୀ । ନଈ ବଢିଲେ ବନ୍ଧ ଭାଙ୍ଗି ଯେତେବେଳେ ଗାଁ ଗଣ୍ଡା ଭସାଇନିଏ । ସେତେବେଳର ଦୃଶ୍ୟ ଅତି କରୁଣ ହୋଅଉଠେ । ଅମାନିଆ ପ୍ରଖର ସ୍ରୋତରେ କେତେଯେ ଗାଁ ଗଣ୍ଡା, ଘରଦ୍ଵାର, ଜୀବଜନ୍ତୁ, ଆସବାବପତ୍ର ତଥା ଜନଜୀବନ ବିଷନ୍ନ ହୁଏ । ତା’ର କଳନା ନାହିଁ । ନଦୀର ଗର୍ଭରେ କେତେ କାଠିକୁଟା, ଗଛଲତା, ଅଦିଆ-ଆରମା, ଘରର ଆସବାବପତ୍ର ତଥା ଗାଇଗୋରୁ, ମେଣ୍ଢା, ଛେଳି ଆଦି ଗୃହପାଳିତ ପଶୁଙ୍କର ଶବ ଇତସ୍ତତ ଭାସୁଥାଏ । ଜୀବନ ରକ୍ଷା ପାଇବା ପାଇଁ ଲୋକମାନେ ନିଜର ଭିଟାମାଟିର ଆକର୍ଷଣ ତୁଟାଇ ଉଚ୍ଚସ୍ଥାନ, ନଦୀବନ୍ଧ ତଥା ଆଖପାଖ ନିରାପଦ ସ୍ଥାନକୁ ଚାଲିଯାନ୍ତି । ନଦୀର ଭୟଙ୍କର କରେ । ଦିନଦିନ ଧରି ଘରଦ୍ଵାର ଖାଦ୍ୟପାନୀୟ ତ୍ୟାଗକରି ମେଘାଛନ୍ନ ଆକାଶତଳେ ଉଚ୍ଚ ସ୍ଥାନମାନଙ୍କରେ ଆଶ୍ରୟ ହେଉଥିବାବେଳେ ବର୍ଷା ଅସରା ବେଡି ଉପରେ କୋରଡା ମାଡପରି ନିରାଶ୍ରୟ ମାନଙ୍କର ଦୁଃକୁ ବଢାଇଦିଏ । ଥଣ୍ଡା ଲାଗି ଗ୍ରମମ ଶିଶୁଗୁ଼ଡିକ ଆନ୍ତିକ ଜ୍ଵର ଆଦିର ମୃତ୍ୟୁବରଣ କରନ୍ତି । ବନ୍ୟାପରେ ବସୂଚିକାର ଆଗମନ । ବିସୂଚିକା ରୋଗରେ ମଧ୍ୟ ବହୁଲୋକ ପ୍ରାଣ ହରାଇଥାନ୍ତି । କରୁଣ ବିଲାପର ଧ୍ଵନି ମାଙ୍ଗକୁ ଦୁର୍ଗତମାନଙ୍କର ଆତୁର ଚିତ୍କାର ପରିବେଶକୁ ଅଧିକ ଶଙ୍କାକୁଳ କରେ ।
Read More
ବନ୍ୟାଜନିତ କ୍ଷୟକ୍ଷୟତି –
ପ୍ରବଳ ବେଗରେ ବନ୍ୟାଜଳ ନିମ୍ନକୁ ମାଡିଆସିବା ସଙ୍ଗେସଙ୍ଗେ ଆବିଳ ଜଳସ୍ରୋତରେ ଭାସିଯାଉଥିବା କାଠିକୁଟା ଅଳିଆାରମା, ପଟୁମାଟି ବିଲବାଡିରେ ମାଡିଯିବା ଫଲରେ ହୁଏତ ବନ୍ୟା ପରେ ପରେ କିଛି କାଳପାଇଁ ଜମିଗୁଡିକ ଉର୍ବର ହୁଅନ୍ତି ; ମାତ୍ର କ୍ଷୟ କ୍ଷତି ତୁଳନାରେ ସାମାନ୍ୟ ବୋଲି କୁହାଯାଏ । ବନ୍ୟା ଜନିତ କଳନା ଅସମ୍ଭବ । ବନ୍ୟାଜଳ ସର୍ବତ ମାଡିଯିବା ଫଳରେ ରାସ୍ତାଘାଟ, ଗମନାଗମନ ତଥା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ସବୁଜ ଶସ୍ୟକ୍ଷେତ୍ର ଉପରେ ବାଲି ମାଡିଯାଏ । ବାଲି ମାଡିଯିବାରୁ ଜମିଗୁଡିକ ଅଦରକାରି ହୋଇଯାନ୍ତି । ଗୃହର ଆସବାବପତ୍ରଠାରୁ ଆରମ୍ଭକରି ବହୁ ଧନଜୀବନ ବନ୍ୟାର କରାଳ ସ୍ରୋତରେ ଲୀନ ହୋଇଯାଏ । ଯାହା ଫଳରେ କୋଟି କୋଟି ଟଙ୍କାର ଧନଜୀବନ ନଷ୍ଟ ହୁଏ ଯାହାର ଭରଣା କରିବାପାଇଁ ଜନ ସାଧାରଣ କିମ୍ଵା ସରକାର ସମର୍ଥ ହୁଅନ୍ତି ନାହିଁ । ବିଶେଷତଃ ଉତ୍କଳର ଏ ବନ୍ୟା ବିପତ୍ତି ପ୍ରତିବର୍ଷ ପ୍ରଳୟ ରଚନା କରି ଜାତିର ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି । ବନ୍ୟାର ପରବର୍ତ୍ତୀ ସମୟରେ ନାନାଦି ସଂକ୍ରାମକ ରୋଗ ଜନିତ ଜ୍ଵର ଇତ୍ୟାଦି କେତେ ବନ୍ୟାଦୁର୍ଗତଙ୍କର ଜୀବନକୁ ନିଃକ୍ଷେପ କରେ ।
ବନ୍ୟା ସମସ୍ୟାର ସମାଧାନ –
ବନ୍ୟାସମସ୍ୟା ଉତ୍କଳବାସୀଙ୍କର ଏକ ପୁରାତନ ସମସ୍ୟା । ଓଡିଶାର ବନ୍ୟା ଇତିହାସ ତର୍ଜମା କଲେ ଜଣାଯାଏ ୧୯୫୫ ମସିହାରେ ବ୍ରାହ୍ମଣୀ, ବୈତରଣୀ ତଥା ମହାନଦୀର ପ୍ରବଳ ବନ୍ୟାଜଳ ପ୍ରଳୟ ତାଣ୍ଡବ ସୃଷ୍ଟିକରି ଅସୁମାରି ଧନଜୀବନ ନଷ୍ଟ ବିନଷ୍ଟ କରିଥିଲା । ଅକଳନ୍ତି ଧନସମ୍ପତ୍ତି ନଷ୍ଟ ହେବା ସଙ୍ଗେସଙ୍ଗେ କେତେ ଯେ ଗୃହ ଶୂନ୍ୟ ହୋଇ ଇତସ୍ତତଃ ଧନନ୍ୟୋପାୟ ହୋଇ ଚାଲିଯାଇଥିଲେ, ତା’ର ହିସାବ ନାହିଁ । ୧୯୯୫ ମସିହା ପରେ , ୧୯୮୨ ମସିହାରେ ବନ୍ୟା ଯେପରି ତାଣ୍ଡବଲୀଳା ରଚନା କଲା, ବୋଧହୁଏ ବିଗତ ଏକ ଶତାବ୍ଦୀ ମଧ୍ୟରେ ଏପରି ପ୍ରଳୟ ତଥା କ୍ଷୟକ୍ଷତି କଦାପି ସଂଘଟିତ ହୋଇନଥିଲା, ୧୯୯୯, ୨୦୦୧, ୨୦୦୨, ୨୦୦୩, ୨୦୦୮, ୨୦୧୩, ୨୦୧୪ ମସିହାରେ ମଧ୍ୟ ଓଡିଶାରେ ବନ୍ୟା ସମସ୍ୟା ଦେଖା ଦେଇଛି କିନ୍ତୁ ତାହା ବିଶେଷ କ୍ଷତି ସାଧନ କରିନଥିଲେ ମଧ୍ୟ ଏହା ଓଡିଶା ପାଇଁ ଭୟ ପ୍ରଦଥିଲା । ଏହି ବନ୍ୟାରେ ମହାନଦୀ, କାଠଯୋଡି, ଓଡିଶାର ପୁରୀ, କଟକ, ବାଲେଶ୍ଵର ତଥା କୋରାପୁଟ ବିସୃତ ଅଞ୍ଚଳରେ ବନ୍ୟା ବିପତ୍ତି ଦେଖାଦେଇ ବହୁ ଲୋକଙ୍କୁ ଦାଣ୍ଡର ଭିକାରି କରିଛି । ତେଣୁ ଏହି ବନ୍ୟା ସମସ୍ୟାର ସମାଧାନ ନିମନ୍ତେ ଅତୀତରୁ ଅଦ୍ୟାବଧି ବହୁ ଦେଶ ଚେଷ୍ଟା କରିଆସୁଛନ୍ତି ।
ପରାଧୀନ ଭାରତରେ ଯେତେବେଳେ ବ୍ରିଟିଶ ରାଜତ୍ଵ ଚାଲିଥିଲା, ମହାତ୍ମା ଗାନ୍ଧିଠାରୁ ଆରମ୍ଭକର ଉତ୍କଳମଣି ଗୋପବନ୍ଧୁ ପର୍ଯ୍ୟନ୍ତ ବନ୍ୟା ପ୍ରତିକାର ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ସେମାନଙ୍କର ଚିନ୍ତା ଓ ଚେତନାରୁହିଁ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାରହାରଲାଲ ନେହେରୁ ମହାନଦୀରେ ହିରାକୁଦ ନଦୀବନ୍ଧ ଯୋଜନାର ଶୁଭାରମ୍ଭ କରିଥିଲେ । ଫଳତଃ ଏ ସମସ୍ୟାର କିଛି ଯାତ୍ରାରେ ସ୍ଥାୟୀ ପ୍ରତିକାର ହୋଇପାରିଛି । ତଦନୁରୂପ ଜନପ୍ରିୟ ସରକାରଙ୍କ ତରଫରୁ ନଦୀରେ ନଦୀବନ୍ଧ ଯୋଜନାକୁ ତ୍ଵରାନ୍ଵିତ କରାଗଲେ, ବନ୍ୟାର ପ୍ରକୋପ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଶସ୍ୟଚାଷ, ବିଦ୍ୟୁତ ଶକ୍ତିର ଉତ୍ପାଦନ ଓ ଉପଯୋଗିତା ବହୁଗୁଣିତ ହୋଇପାରନ୍ତା । ପ୍ରାୟ ପ୍ରତ୍ୟେକ ନଦୀବନ୍ଧ ବହୁ ଦୁର୍ବଳ ଓ ପୁରାତନ, ପ୍ରଥମତଃ ଏ ବନ୍ଧଗୁଡିକୁ ସୁଦୃଢ କରିବାକୁ ହେବ । ପ୍ରୋତଥିତ ଅଗଭୀର ଜଳସ୍ରୋତ ମନ୍ଥର ସ୍ଥାନରେ ଆନିକଟ, ନଦୀବନ୍ଧ ଯୋଜନାକୁ କାର୍ଯ୍ୟକାରୀ କରାଇଲେ ଜଳସେଚନର ସୁଯୋଗ ଲାଭକରି ଓଡିଶାର ଜନସାଧାରଣ ଉତ୍କଟ ମରୁଡି ପ୍ରକୋପରୁ ମଧ୍ୟ ରକ୍ଷା ପାଇପାରିବେ । ବର୍ଷା ଆସିବାର ବହୁ ପୂର୍ବରୁ ନଦୀବନ୍ଧ, ଘାଇ ପ୍ରକୃତିର ମରାମତି ଆବଶ୍ୟକ । ସରକାରୀ କଳ ଅହରହ ବନ୍ୟାବିପନ୍ନଙ୍କ ସାହାଯ୍ୟ ନିମି୍ତ୍ତ ସଜାଗ ରହିବା ଦରକାର । ଏସବୁ ସରକାରୀ ସାହାଯ୍ୟ ସାଙ୍ଗକୁ ବନ୍ୟା ହେବା ସମୟରେ ବେସରକାରୀ ସଙ୍ଗଠନ, ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କର ଅକୁଣ୍ଠ ସାହାଯ୍ୟ ପ୍ରପୀଡିତମାନଙ୍କୁ ମୃତ୍ୟୁ ସୁଖରୁ ରକ୍ଷା କରିବା ପାଇଁ ଦରକାର ।
ଉପସଂହାର –
ପ୍ରକୃତି ଯେତେ କରାଳ ରୂପ ପ୍ରଦର୍ଶନ କଲେ ମଧ୍ୟ ମନୁଷ୍ୟ କାଳେ କାଳେ ପ୍ରକୃତିକୁ ଅନାୟସରେ ନିଜର ଆୟତ୍ତ କରିବା ପାଇଁ ନାନା ବିକଳ୍ପ ମାର୍ଗ ସୃଷ୍ଟି କରିବାରେ ଲାଗିଛି । ବନ୍ୟା ସମସ୍ୟା ଓଡିଶାର ଏକ ଚିରାଚରିତ ସମସ୍ୟା । ଏହାର ପ୍ରତିକାର ପାଇଁ ସରକାର ଯୋଜନା ମାଧ୍ୟମରେ ବିଭିନ୍ନ ନଦୀରେ ନଦୀବନ୍ଧ ଯୋଜନା ତଥା ଆନିକଟର ସଂଖ୍ୟା ବୃଦ୍ଧି ଘଟାଇଲେ ଏହା ପ୍ରାଦୁର୍ଭାବ ଖୁବ ଶ୍ରୀଘ୍ର ଅବଦମିତ ହେବ । ଏତଦବ୍ୟତୀତ ଜନସାଧାରଣ ତଥା ବେସରକାରୀ ଅନୁଷ୍ଠାନଗୁଡିକ ବନ୍ୟାଦୁର୍ଗମାନଙ୍କୁ ଅକୁଣ୍ଠ ସାହାଯ୍ୟ ପ୍ରଦାନ କଲେ ସେମାନଙ୍କର ଦ୍ରୁତ ଥଇଥାନ ସମ୍ଭବ ହେବ । ସର୍ବୋପରି ଜନସାଧରଣଙ୍କର ସାଧୁ ଉଦ୍ୟମ, ଧୈର୍ଯ୍ୟ, ସେବା ମନୋବୃତ୍ତି ତଥା ସରକାରଙ୍କ ତୁରନ୍ତ ବ୍ୟବସ୍ଥା ସମ୍ଭବ ହେଲେ ବନ୍ୟାସମସ୍ୟା ପରି ଅନେକ ସମସ୍ୟା ଏ ଦେଶରୁ ଲୋପ ପାଇବା ସହିତ ଦେଶର ପ୍ରଗତି ତ୍ଵରାନ୍ଵିତ ହେବା ନିଃସନ୍ଦେହ ।

No comments:
Post a Comment