Computer Essay in Odia | କମ୍ପ୍ୟୁଟର Essay in Odia | Odia Rachana - Information That You Want

Sunday 1 August 2021

Computer Essay in Odia | କମ୍ପ୍ୟୁଟର Essay in Odia | Odia Rachana

Computer Odia Essay | Computer odia rachana | କମ୍ପ୍ୟୁଟର essay in Odia | Odia Essay Collections | Important Odia essay collections | Odia rachana


Computer Odia Essay
( Computer Odia rachana )







Give your Important Feedback by Commenting below 

Thanks for Visit 



କମ୍ପ୍ୟୁଟର
ଉପକ୍ରମ – ସାମ୍ପ୍ରତିକ ଯୁଗରେ ଯେତେସବୁ ଯନ୍ତ୍ରପାତି ବୈଜ୍ଞାନିକମାନେ ଉଦ୍ଭାବନ କରିଛନ୍ତି, ସେଗୁଡିକ ମଧ୍ୟରେ କମ୍ପ୍ୟଟର ଗୋଟିଏ । ଏହା ଏକ ବୈତ୍ୟୁତିକ ଯନ୍ତ୍ର ହେଲେ ମଧ୍ୟ ଅନେକ ଆଶ୍ଚର୍ଯ୍ୟଧରଣର କାର୍ଯ୍ୟ ସମ୍ପାଦନ କରିଥାଏ । ଏହାର ପ୍ରଚଳନ କେବଳ ବ୍ୟବସାୟ, ବାଣିଜ୍ୟ, ଶିକ୍ଷା, ମହାକାଶ ଗବେଷଣା ଓ ବିଜ୍ଞାନ କ୍ଷେତ୍ରରେ ସୀମାବଦ୍ଧ ହୋଇ ରହିନାହିଁ, ଏହା ସାଧାରଣ ଜନଜୀବନରେ ମଧ୍ୟ ପ୍ରଭାବ ପକାଇଛି । ଫଳରେ ଚଳିତ ଯୁଗକୁ “କମ୍ପ୍ୟୁଟର ଯୁଗ” ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏୌତିହାସିକ ପୃଷ୍ଠଭୂମି -
ଯୁଗ ଯୁଗ ଧରି ମନୁଷ୍ୟ ସର୍ବଦା ସମାଜ ପନ୍ଥା ଅବଲମ୍ଵନ କରି ଆସିଛି । ସ୍ଵଳ୍ପ ସମୟ ମଧ୍ୟରେ ଓ କମ ପରିଶ୍ରମରେ କାର୍ଯ୍ୟଟି କିପରି ହୋଇପାରିବ, ସେ ସର୍ବଦା ଚେଷ୍ଟା କରିଥାଏ । ପ୍ରାୟ ୨୦୦୦ ବର୍ଷ ପୂର୍ବେ ଗ୍ରୀସ ଦେଶର ବୈଜ୍ଞାନିକ ଗଣ ଗାଣିତିକ ହିସାବକୁ ଶ୍ରୀଘ୍ର ସମ୍ପାଦନ କରିବାପାଇଁ ଏକ ଉତ୍କୃଷ୍ଟ ଧରଣର ହିସାବ ଯନ୍ତ୍ର ଉଦ୍ଭାବନ କରିଥିଲେ । ଗଡଫ୍ରେଡ ଲିବନିଜ (Gottfired Leibinz) ଜଣେ ଜର୍ମାନ ଗାଣିତିକ । ସେ ଏହି ମେସିନକୁ ବିକାଶ କରି ୧୯୬୧ ଖ୍ରୀଷ୍ଟାବ୍ଦରେ ଆଉ ଏଖ ଯାନ୍ତ୍ରିକ ଗଣନାଯନ୍ତ୍ର ତିଆରି କଲେ । ଏହି ଯନ୍ତ୍ରଦ୍ଵାରା ଗୁଣନ ଓ ହରଣ ହୋଇ ପାରୁଥିଲ । ଇଂରେଜ ଗାଣିତିକ ଚାର୍ଲସ ବାବେଜ (Charles Babbage) ୧୮୨୨ ଖ୍ରୀ:ଅ: ରେ ଡିଫାରେନ୍ସିଆଲ ଇଞ୍ଜିନ (Differential Engine) ନାମକ ଏକ ଗଣନାଯନ୍ତ୍ର ଉଦ୍ଭାବନ କଲେ ଓ ଏହା ପରେ ସେ ଆଉ ଏକ Analytical Engine ନାମକ ଆଉଏକ ଗଣନାଯନ୍ତ୍ର ଉଦ୍ଭାବନ କରିଥିଲେ । ଆଧୁନିକ କମ୍ପ୍ୟଟର ବାବେଜଙ୍କର ମୌଳିକ ତତ୍ତ୍ଵ ଉପରେ ଆଧାରିତ ହୋଇଥିବାରୁ ତାଙ୍କୁ ଆଧୁନିକ କମ୍ପ୍ୟୁଟରର ଜନକ ବୋଲି କୁହାଯାଏ । ଜନ୍ ନିଉମ୍ୟାନ ଆଧୁନିକ କମ୍ପ୍ୟୁଟରର ନକସା ପ୍ରସ୍ତୁତ କରିଥିଲେ । ଆମେରିକାସ୍ଥ ପେନସେଲଭେନିଆ ବିଶ୍ଵବିଦ୍ଵାଳୟରେ ପ୍ରଥମ ପିଢି କମ୍ପ୍ୟୁଟର ନିର୍ମାଣ କରାଯାଇଥିଲା ।
ପ୍ରକାର ଭେଦ –
କମ୍ପ୍ୟୁଟର ସାଧାରଣତଃ ଦୁଇ ପ୍ରକାର – ଡିଜିଟାଲ ଓ ଆନାଲୋଗ । ଡିଜିଟାଲ କମ୍ପ୍ୟୁଟର ସାହାଯ୍ୟରେ ସାଧାରଣତଃ ଗାଣିତିକ ହିସାବ କରାଯାଏ, କିନ୍ତୁ ଆନାଲୋଗ କମ୍ପ୍ୟୁଟର ଯନ୍ତ୍ରମାନବ ବା ରୋବଟ ପରି କାର୍ଯ୍ୟ କରିଥାଏ ।
କମ୍ପ୍ୟୁଟର ଭାଷା –
ମନୁଷ୍ୟ, ପଶୁ ଓ ପକ୍ଷୀମାନଙ୍କର ଯେପରି ଭାଷା ଅଛି କମ୍ପ୍ୟୁଟର ମଧ୍ୟ ସେହିପରି ଭାଷା ଅଛି । ଭାଷା ମାଧ୍ୟମରେ ମନୁଷ୍ୟ ପଶୁ ବା ପକ୍ଷୀ ଯେପରି ନିଜର ମନୋଭାବ, ଉଦ୍ଦେଷ୍ୟ ବ୍ୟନ୍ତ କରି କାର୍ଯ୍ୟ ସମ୍ପନ୍ନ କରାଯାଏ । ଏହି ଭାଷା ପାଞ୍ଚ ଭାଗରେ ବିଭକ୍ତ । ଯଥା – ବେସିକ, ଫରଟ୍ରାନ, କୋବଲ ଆଲଗୋଲ ଓ ପାସକଲ । ଗୋଟିଏ ନିର୍ଦ୍ଦିଷ୍ଟ କମ୍ପ୍ୟୁଟର ଏକ ନିର୍ଦ୍ଦିଷ୍ଟ ଭାଷା ସହ ପରିଚିତ । ଯେଉଁ କମ୍ପ୍ୟୁଟର ପାଇଁ ଯେଉଁ ଭାଷା ଆବଶ୍ୟକ ଆମେ ସେହି ଭାଷାରେ ନିର୍ଦ୍ଦେଶ ଦେଲେ ଏହା କାର୍ଯ୍ୟକାରୀ ହୋଇଥାଏ । ଉପକାରିତା –
ବର୍ତ୍ତମାନ ଆଧୁନିକ ଯୁଗରେ ପ୍ରତ୍ୟେକ କ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର ନିହାତି ଆବଶ୍ୟକ ହୋଇପଡିଛି । ମନୁଷ୍ୟ କିଛି ସମୟ କାର୍ଯ୍ୟରତ ହେଲେ କ୍ଲାନ୍ତ ହଏ । ଶାରୀରିକ ଓ ମାନସିକ ଅଶାନ୍ତି ଭୋଗକରେ । କାର୍ଯ୍ୟ ସମ୍ପାଦନରେ ବୀତସ୍ପୃହ ହୁଏ । ମନରେ କ୍ଲାନ୍ତି, ବିତୃଷ୍ଣା, ଅକ୍ଷମତା ଦେଖାଯାଏ; କିନ୍ତୁ କମ୍ପ୍ୟୁଟର କେବେ କ୍ଲାନ୍ତ, ଅବସୋସ, ବିତୃଷ୍ଣା ଭାବ ବୋଧ କରେ ନାହିଁ । ଯେଉଁ କାର୍ଯ୍ୟ କରିବାକୁ ମନୁଷ୍ୟକୁ ଦୀର୍ଘ ସମୟ ଲାଗେ, କମ୍ପ୍ୟୁଟରକୁ କେତେଟି ମୁହୁର୍ତ୍ତ ଲାଗେ । କମ୍ପ୍ୟୁଟର ଏକ ଯାନ୍ତ୍ରିକ ମସ୍ତିଷ୍କ । ଏହା ପ୍ରାୟ ନିର୍ଭୁଲ ହିସାବ କରେ । ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ଏହା ଖୁବ ସାହାର୍ଯ୍ୟ କରିଥାଏ । ବର୍ତ୍ତମାନ କମ୍ପ୍ୟୁଟର କଳକାରଖାନା, ଡାକ୍ତର ଖାନା, ରେଳଷ୍ଟେସନ, ବ୍ୟାଙ୍କ, ପେଟ୍ରୋଲ ପମ୍ପମାନଙ୍କରେ ସ୍ଥାପିତ କରାଯାଇଛି । ବ୍ୟବସାୟିକ ଅନୁଷ୍ଠାନଗୁଡିକରେ ସାଧାରଣ ହିସାବଠାରୁ ଆରମ୍ଭ କରି କେବଳ ଜଟିଳ ହିସାବ ମଧ୍ୟ କମ୍ପ୍ୟୁଟର ଦ୍ଵାରା ଅକ୍ଳେଶରେ ଅଳ୍ପ ସମୟ ମଧ୍ୟରେ ସମ୍ପନ୍ନ ହେଉଛି । ବ୍ୟାଙ୍କ, ଶିଳ୍ପ ଓ ବ୍ୟବସାୟିକ କ୍ଷେତ୍ରରେ କମ୍ପ୍ୟୁଟରର ପ୍ରଚଳନ ଯୋଗୁଁ ଲୋକଶକ୍ତି ହ୍ରାସ ହୋଇଛି । ଏହାଦ୍ଵାରା କର୍ମଚାରୀମାନଙ୍କୁ ଦରମା ବାବଦରେ ବିଭିନ୍ନ କାର୍ଯ୍ୟାଳୟକୁ ଅଧିକ ଖର୍ଚ୍ଚ କରିବାକୁ ପଡୁନାହିଁ । ବର୍ତ୍ତମାନ ରେଲଷ୍ଟେସନ ଓ ଉଡାଜାହାଜ ଅବତରଣ କେନ୍ଦ୍ରମାନଙ୍କରେ ଟିକେଟ ସଂରକ୍ଷଣ ବ୍ୟବସ୍ଥା କମ୍ପ୍ୟୁଟର ସାହାର୍ଯ୍ୟରେ କରିଯାଉଛି । ଏହାଦ୍ଵାରା ଦୁର୍ନୀତି ରୋକାଯାଇ ପାରିଛି । ଚିକିତ୍ସା ବିଜ୍ଞାନରେ ସମ୍ପ୍ରତି କମ୍ପ୍ୟୁଟର ପ୍ରଚଳନ କରାଯଇଛି । ରୋଗୀର ରୋଗ ନିର୍ଣ୍ଣୟ, ଲକ୍ଷଣ ପ୍ରଭୁତି କମ୍ପ୍ୟୁଟର ଦ୍ଵାରା ଆକ୍ଳେଶରେ ଅବଗତ କରାଯାଇପାରୁଛି । ବର୍ତ୍ତମାନ ସ୍କୁଲ, କଲେଜ ଓ ବିଶ୍ଵବିଦ୍ୟାଳୟମାନଙ୍କର କମ୍ପ୍ୟୁଟର ଶିକ୍ଷା ଦିଆଯିବାର ବ୍ୟବସ୍ଥା ହୋଇଛି ‌। କମ୍ପ୍ୟୁଟର ମଧ୍ୟ ବହି, ଖବରକାଗଜ ଛାପିବା ନିମନ୍ତେ ବ୍ୟବହାର କରାଯାଏ ।
ଅପକାରିତା –
କମ୍ପ୍ୟୁଟରର କେତେଗୁଡିଏ ଖରାପ ପ୍ରଭାବ ରହିଛି । କମ୍ପ୍ୟୁଟର ଆମର ଆଖି ସ୍ନାୟୁ ପ୍ରତି କ୍ଷତି ପହଞ୍ଚାଇପାରେ । ଏହା ବେକାରୀ ସମସ୍ୟା ବଢାଇଥାଏ । ବ୍ୟବସାୟିକ ସଂସ୍ଥାଗୁଡିକରେ ମନୁଷ୍ୟ କମ୍ପ୍ୟୁଟର ପ୍ରୟୋଗ କରି ନିଜ ମସ୍ତିଷ୍କ ଗଳନାରେ ଅବକ୍ଷୟ ଘଟାଇଥାଏ । ସାମାନ୍ୟ ହିସାବପତ୍ର ପାଇଁ ମଧ୍ୟ ସେ କମ୍ପ୍ୟୁଟର ଉପରେ ନିର୍ଭର କରୁଥିବାରୁ ମାନସିକ ଓ ବୈଦ୍ଧିକ ବିକାଶରେ ବାଧାପ୍ରାପ୍ତ ହୁଏ । ଏହା ମନୁଷ୍ୟକୁ ଅଳସୁଆ କରିଦିଏ ‌। ଯଦି ଓ କମ୍ପୁଟରର ଏହିପରି ଖରାପ ଗୁଣ ରହିଛି ତଥାପି ଆଧୁନିକ ମଣିଷ କମ୍ପ୍ୟୁଟର ବିନା ବଞ୍ଚିପାରିବ ନାହିଁ । ଉପସଂହାର –
ସମ୍ପ୍ରତି କମ୍ପ୍ୟୁଟର ଉପାଦେୟତା ମାନବ ଜୀବନରେ ଏତତ୍ ପ୍ରଭାବ ବିସ୍ତାର କରିଛି ଯେ, ଏହାକୁ ଏ଼଼ଡାଇ ଦେବା ସମ୍ଭବ ନୁହେଁ । ଦିନ ଆସିବ ପ୍ରତ୍ୟେକ କ୍ଷେତ୍ରରେ ମନୁଷ୍ୟ କମ୍ପ୍ୟୁଟର ଉପରେହିଁ ନିର୍ଭର କରିବ । ତେଣୁ ମନୁଷ୍ୟ କମ୍ପ୍ୟୁଟରକୁ କିପରି ସଦୁପଯୋଗ କରି ମନୁଷ୍ୟର ବିକାଶରେ ଲଗାଯାଇପାରିବ ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ ।

No comments:

Post a Comment