Odia Sandhi - Information That You Want

Monday 17 October 2016

Odia Sandhi

ସନ୍ଧି
(Sandhi)

(କ) ମୁଁ ବିଦ୍ୟାଳୟରେ ପଢୁଛି ।
(ଖ) ଆଜିକାଲି ଚଳଚ୍ଚିତ୍ରର ପ୍ରସାର ଘଟୁଛି ।
(ଗ) ରମାଦେବୀ ନିରାଡ଼ମ୍ବର ଜୀବନ ଯାପନ କରୁଛନ୍ତି ।
ଉପରଲିଖିତ ବାକ୍ୟଗୁଡିକୁ ପଢ ଓ ରେଖାଙ୍କିତ ପଦଗୁଡିକ ଲକ୍ଷ୍ୟ କର । ପ୍ରତ୍ୟେକ ରେଖାଙ୍କିତ ପଦ ଦୁଇ ଦୁଇଟି ଶବ୍ଦମିଶି ଗଠିତ ।
      ଯଥା :- ବିଦ୍ୟା (bidya) + ଆଳୟ (alaya) = ବିଦ୍ୟାଳୟ (bidyalaya) ।
                ଚଳତ୍ (chalat) + ଚିତ୍ର (chitra) = ଚଳଚ୍ଚିତ୍ର (chalachitra)
                ନିଃ (ni) + ଆଡମ୍ବର (adamar) = ନିରାଡମ୍ବର (niradamar)
ବିଦ୍ୟାଳୟ (bidyalaya), ଚଳଚ୍ଚିତ୍ର (chalachitra), ନିରାଡ଼ମ୍ବର (niradamar) ପ୍ରଭୃତି ଶବ୍ଦ ଦୁଇ ଶବ୍ଦ ମିଶି ଗଠିତ ହୋଇଥିବାରୁ ଏଗୁଡିକ ସନ୍ଧିପଦ ।
ପ୍ରଥମ ଶବ୍ଦର ଶେଷବର୍ଣ୍ଣ ଓ ଦ୍ଵିତୀୟ ଶବ୍ଦର ପ୍ରଥମ ବର୍ଣ୍ଣର ମିଳନକୁ ସନ୍ଧି କହନ୍ତି ।
ସନ୍ଧି ତିନିପ୍ରକାର :

୧. ସ୍ଵର ସନ୍ଧି (Swara sandhi), ୨. ବ୍ୟଞ୍ଜନ ବର୍ଣ୍ଣ (byanjana sandhi) ୩. ବିସର୍ଗ ସନ୍ଧି (bisarga sandhi)

16 comments:

  1. thanks for the reference. it help me out .... thank you.....

    ReplyDelete
  2. ମନଃ+କାମନା = ମନସ୍କାମନା (ଓଡ଼ିଆରେ)
    ମନଃ+କାମନା = ମନୋକାମନା (ହିନ୍ଦୀ/ସଂସ୍କୃତରେ)
    ଓଡ଼ିଆରେ ମନୋକାମନା ହୁଏ କି ?

    ReplyDelete
  3. This comment has been removed by a blog administrator.

    ReplyDelete
  4. ପୁନର୍ଜନ୍ମ ର ସନ୍ଧି କଣ ହେବ

    ReplyDelete
  5. ପୁସ୍ତକାଗାର ର
    ସନ୍ଧି କଣ ହେବ

    ReplyDelete
  6. ରମଣୀୟ ର ସନ୍ଧି କଣ ହେବ

    ReplyDelete
  7. ପୁନାର୍ମୁଦ୍ରଣ ର

    ReplyDelete
  8. ଶୁଷ୍କ ସନ୍ଧି ବିଚ୍ଛେଦ କଣ ହେବ

    ReplyDelete