ଅବ୍ୟୟୀଭାବ ସମାସ
( Abyayvab Samas )
ଯେଉଁ ସମାସରେ ପୂର୍ବପଦ ଅବ୍ୟୟ ହୋଇଥାଏ ଏବଂ ସେହି ଅବ୍ୟୟର ଅର୍ଥ ପ୍ରଧାନ ହୁଏ; ତାହକୁ ଅବ୍ୟୟୀଭାବ ସମାସ କହନ୍ତି । ସାଧାରଣତଃ ଅବ୍ୟୟ ପୂର୍ବପଦ ହୁଏ ଓ ଅନ୍ୟପଦ ଉତ୍ତରପଦ ହୁଏ । ବୀପସା, (ବାରମ୍ୱାର) ପର୍ଯ୍ୟନ୍ତ (ସୀମା), ଅଭାବ, ଯୋଗ୍ୟତା, ଆତିଶଯ୍ୟ, ସାମୀପ୍ୟ, ସାଦୃଶ୍ୟ, ପଶ୍ଚାତ, ପ୍ରଭୃତି ଅର୍ଥରେ ଅବ୍ୟୟୀଭାବ ସମାସ ହୋଇଥାଏ ।
ଯଥା - ଭିକ୍ଷାର ଅଭାବ ( Bhikhyara Abhab)– ଦୁର୍ଭିକ୍ଷ (Durbhikhya)( ଅଭାବ ଅର୍ଥରେ )
ଜନର ଅଭାବ (Janara Abhaba) – ନିର୍ଜନ (Nirjana)
କ୍ଷଣକୁ କ୍ଷଣ (Khyanaku Khyana) ¬– ପ୍ରତିକ୍ଷଣ / ଅନୁକ୍ଷଣ (PratiKhyana /
. Anukhyana )(ବୀପ୍ସାର୍ଥରେ)
ଦିନକୁ ଦିନ (Dinaku Dina) – ପ୍ରତିଦିନ (Pratidina)
ରୂପର ଯୋଗ୍ୟ (Rupara Jogya) – ଅନୁରୂପ (Anurupa) (ଯୋଗ୍ୟତା ଅର୍ଥରେ )
ସମୁଦ୍ର ପର୍ଯ୍ୟନ୍ତ ( Samudra Parjanta )– ଆସମୁଦ୍ର (Asamudra) (ସୀମା ଅର୍ଥରେ)
କଣ୍ଠ ପର୍ଯ୍ୟନ୍ତ ( Kantha Parjanta )– ଆକଣ୍ଠ ( Akantha )
ସେହିପରି ‘ଆମରଣ’( Amarana ), ଆପାଦମସ୍ତକ (Apadamastaka), ଆବାଳବୃଦ୍ଧ,(Abalabrudha), ଆମୂଳଚୂଳ (Amulachula) ଇତ୍ୟାଦି ।
ଶକ୍ତିକୁ ଅତିକ୍ରମ ନକରି (Saktiku Atikrama Nakari)– ଯଥାଶକ୍ତି (Jatha Sakti)(ଆତିଶଯ୍ୟ ଅର୍ଥରେ)
ସେହିପରି – ଯଥୋଚିତ(Jothotita), ଯଥାର୍ଥ(Jotharatha), ଯଥାବିଧି (Jathabidhi) ଇତ୍ୟାଦି ।
କୂଳର ସମୀପ (Kualara Samipa)– ଉପକୂଳ (Upakula), (ସାମୀପ୍ୟ ଅର୍ଥରେ)
ସେହିପର ଉପକଣ୍ଠ (Upakantha), ଉପପଦ (Upapada), ଉପକଥା (Upakatha), ଉପଦ୍ୱୀପ(Upadwipa), ଉପଗ୍ରହ (Upagraha) ଇତ୍ୟାଦି ।
ଅନୁଗମନ (Anugamana), (ପାଶ୍ଚାତ୍ୟଗମନ), ଅନୁକରଣ (Anukarana), ଅନୁତାପ, ଅନୁସନ୍ଧାନ (Anusandhana) ଇତ୍ୟାଦି ଅବ୍ୟୟୀଭାବ ସମାସ (ପଶ୍ଚାତ ଅର୍ଥରେ)
କୂଳର ବିପରୀତ (Kulara Biparita) - ପ୍ରତିକୂଲ (Pratikula)
ମୂର୍ତ୍ତିର ସଦୃଶ (Murtira Sadrusa)- ପ୍ରତିମୂର୍ତ୍ତି (Pratimurti) (ସାଦୃଶ୍ୟ ଅର୍ଥରେ)
ସେହିପରି ପତିକୃତି (Pratikruti) ଇତ୍ୟାଦି ।
ଅନ୍ୟକେତେକ ଉଦାହରଣ :
ଜନ୍ମରୁ ଆରମ୍ଭ କରି (Janmaru Arambha Kari) – ଆଜନ୍ମ (Ajanma)
ଅକ୍ଷିର ସାମନାରେ (Akhira Samnare)– ସମକ୍ଷ (Samakhya)(ସମ୍ମୁଖ)
ଅକ୍ଷିର ପଛରେ (Apara Pakhyare) – ପରୋକ୍ଷ (Parokhya) (ପଶ୍ଚାତ )
ଘରକୁ ଘର (Gharaku Ghara)- ପତିଘର (Praighara)
ବର୍ଷକୁ ବର୍ଷ (Barsaku Barsa)- ପ୍ରତିବର୍ଷ (Pratibarsa)
ଶବ୍ଦର ସଦୃଶ (Sabdara Sadrusa) - ପ୍ରତିଶବ୍ଦ (Praisabda)
ବିଘ୍ନର ଅଭାବ (Bighnara Abhaba)– ନିର୍ବିଘ୍ନ (Nirbighna) (ଅଭାବ ଅର୍ଥରେ)
ଦ୍ୱନ୍ଦ୍ୱର ଅଭାବ (Dwandara Abhaba)– ନିନ୍ଦ୍ୱନ୍ଦ୍ୱ (Nirdwanda)(ଅଭାବ ଅର୍ଥରେ)
ଜୀବନକୁ ବ୍ୟାପିଥିବା (Jibanaku byapihiba)– ଆଜୀବନ (Ajibana) (ସୀମା ଅର୍ଥରେ)
ବନ୍ଦୋବସ୍ତର ଅଭାବ (Bandobastara Abhaba) – ବେବନ୍ଦୋବସ୍ତ (Bebandobasta)
(ଅଭାବ ଅର୍ଥରେ)
ଅତିଶୟ ଘଞ୍ଚ (Atisaya ghancha)– ନିଘଞ୍ଚ (Nighancha) (ଆତିଶଯ୍ୟ)
ପକ୍ଷର ବିପରୀତ (Pakhyara Biparita) – ବିପକ୍ଷ (Bipakhya)/ ପ୍ରତିପକ୍ଷ (Pratipakhya) ଇତ୍ୟାଦି ।
Apadamastaka kou samasa please answer
ReplyDelete