ନଞ୍ ତତପୁରୁଷ
( Nagya Tatpurus )
ପରପଦର (ଉତ୍ତରପଦ) ପ୍ରାଧାନ୍ୟ ଥାଇ ‘ନଞ୍’ ଏହି ନାସ୍ତିବାଚକ ଅବ୍ୟୟସହିତ ଯେଉଁ ସମାସ ହୁଏ, ତାହାକୁ ‘ନଞ୍ ତତପୁରୁଷ’ ସମାସ ( Nagyan Tatpurus samas) କହନ୍ତି ।
ଏହି ସମାସରେ ସାଧାରଣତଃ ‘ସ୍ୱରବର୍ଣ୍ଣ’ ପରେ ଥିଲେ ‘ନ’ ସ୍ଥାନରେ ‘ଅନ’ ଏବଂ ବ୍ୟଞ୍ଜନବର୍ଣ୍ଣ ପରେ ଥିଲେ ‘ନ’ ସ୍ଥାନରେ ‘ଅ’ ହୁଏ ।
ଯଥା – ସ୍ୱରବର୍ଣ୍ଣପରେ ଥିଲେ –
ନ ଅନଶନ (na anasana) – ଅନଶନ (anasana)
ନ ଆଦର (na adara) – ଅନାଦର (anadara)
ନ ଉଚ୍ଚ (na uchha) – ଅନୁଚ୍ଚ (anuja)
ନ ଆଗତ (na agata)– ଅନାଗତ (anagata)
ନ ଅଭିଜ୍ଞ (na abhigyan)– ଅନଭିଜ୍ଞ (anabhigyan)
ନ ଆବିଳ (na abila) – ଅନାବିଳ (anabila)
ସେହିପରି ‘ଅନିଷ୍ଟ’ (Anista), ଅନୁନ୍ନତ (Anunnata), ଅନୁଚିତ (Anuchit), ଅନୁର୍ବର (Anurbara), ଅନତିଦୂର (Anatidura) , ଅନତିବିଳମ୍ୱ (Anatibilamba) ଇତ୍ୟାଦି ।
‘ଶିରେଧାର୍ଯ୍ୟ’ (sirodharjya) ଶବ୍ଦଟି ତୃତୀୟା ତତପୁରୁଷ (trutiyra tatpurus) ମଧ୍ୟହୋଇପାରେ । ସମାସ ଅର୍ଥାଶ୍ରୟୀ ହୋଇଥିବାରୁ, ଯେଉଁପରି ଅର୍ଥକରାଯାଏ, ସମାସ ସେହିପରି ହୋଇଥାଏ । ଶ୍ରେଷ୍ଠତା ଅର୍ଥ ବୁଝାଉଥିଲେ ନିର୍ଦ୍ଧାରଣରେ ସପ୍ତମୀ ତତପୁରୁଷ । ତଥା – ପୁରୁଷମାନଙ୍କ ମଧ୍ୟରେ ଉତ୍ତମ (ଶ୍ରେଷ୍ଠ) – ପୁରୁଷୋତ୍ତମ (Purustottama) । ପୂରଣ ବାଚକ ଶବ୍ଦର ସମାସ ହୁଏ ନାହିଁ । ଯଥା – ଛାତ୍ରମାନଙ୍କର ମଧ୍ୟରେ ପ୍ରଥମ । (ଛାତ୍ରପ୍ରଥମ – ଏପରି ହେବ ନାହିଁ ) ।
ବ୍ୟଞ୍ଜନ ବର୍ଣ୍ଣ ପର୍ ଥିଲେ – ନ ଚଳ (na chala) – ଅଚଳ (achala)
ନ ଗନ୍ୟ (na ganya) – ଅଗଣ୍ୟ (aganya) ( ନଗଣ୍ୟ ମଧ୍ୟ ହୁଏ)
ନ ବାଟ (na bata) – ଅବାଟ (Abata)
ନ ଭଦ୍ର (na bhadra)– ଅଭଦ୍ର (Abhadra)
ନ ସତ୍ (na sat)- ଅସତ୍ (Asat)
ନ ନ୍ୟାୟ (na nyaya)– ଅନ୍ୟାୟ (anyaya)
ନ ସୁଖ (na sukha) – ଅସୁଖ (asukha)
ସେହିପରି ଅଭାବ (abhab), ଅଦୂର (Adura), ଅଧୁଆ (Adhua), ଅବଟା (Abata), ଅଲଣା (Alana), ଅଲଗା (Alaga), ଅକଟା(akata), ଅମାନିଆ (Amania), ଅନଳ(anala), ଅଘରୁଆ(agharua), ଅହିଂସା (Ahinsa), ଅମୋଘ (amogha), ଅପାଠୁଆ (apathua) ଇତ୍ୟାଦି ନଞ୍ ତତପୁରୁଷ ସମାସର (nagyan tatpurusa) ଅର୍ନ୍ତଗତ ।
କେତେକ ସ୍ଥଳରେ ‘ନ’ ସ୍ଥାନରେ ‘ନ’, ‘ବେ’ ପ୍ରଭୃତି ବ୍ୟବହୃତ ହୁଏ । ଯଥା – ନିଅଣ୍ଟିଆ (niontia), ବେନାମୀ (benami), ବେସରକାରୀ (besarkari), ନିଅଂଶ (niansa) .... ଇତ୍ୟାଦି । କେତେକ ସ୍ଥଳରେ ଓଡିଆରେ ନଞ୍ ତତପୁରୁଷ ସମାସରେ ‘ଅନ’ ରୁ ‘ଅଣ’ ହୋଇ ବ୍ୟବହୃତ ହୁଏ । ଯଥା – ନ ଓସାରିଆ (na asaria)– ଅଣଓସାରିଆ (anaosaria) ସେହିପରି ଅଣସେଉଟା (anaseuta), ଅଣହଳଦିଆ (anahaladia), ଅଣସୋରିଷିଆ (anasorisia), ଅଣଓଡିଆ (anaodia), ଇତ୍ୟାଦି । କେତେକ ଶବ୍ଦରେ ବିକଳ୍ପ ‘ନ’ ର ପରିବର୍ତ୍ତନ ହୋଇ (ଉଭୟ ଭାବରେ) ଅନ୍ ଓ ‘ଅ’ ହୁଏ ।
ଯଥା - ନ (na) + ଅତିଦୀର୍ଘ (atidhirga) = ନାତିଦୀର୍ଘ / ଅନତିଦୀର୍ଘ (nitidirgha / anatidhirga)
ନ (na)+ ଅତିବିଳମ୍ୱ (atibilamba) = ନାତିବିଳମ୍ୱ / ଅନତିବିଳମ୍ୱ (nitibilamba / anatibilamba)
ନ (na) + ଅତିଦୂର (atidura) = ନାତିଦୂର / ଅନତିଦୂର (nitidura / anatidura)
ସେହିପରି ନଗ/ଅଗ (ଗ – ଗତିକରିବା ଅର୍ଥାତ ଯିଏ ଯିବା ଆସିବା କରିପାରେ ନାହିଁ )
Releated Posts
ଉପପଦ ତତପୁରୁଷ
very nice
ReplyDeleteThanks for feedback :)
DeleteI think it's na asana
ReplyDelete