ତତ୍ ପୁରୁଷ ସମାସ
(Tatpurus Samas Odia)
ସାଧାରଣତଃ ତତପୁରୁଷ ସମାସରେ ଉତ୍ତରପଦ ଅର୍ଥ ପ୍ରଧାନ ହୋଇଥାଏ । ନିମ୍ନଲିଖିତ ଉଦାହରଣଗୁଡିକୁ ଲକ୍ଷ୍ୟ କରାଯାଉ ।
ଗୃହକୁ ଆଗତ (Gruhaku agata) – ଗୃହାଗତ (Gruhagata)
ଶରଦ୍ୱାରା ଆହତ (Saradwara ahata)- ଶରାହତ (Sarahata)
ମାତାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ (Matanka udeshyare sradha) – ମାତୃଶ୍ରାଦ୍ଧ (Matrusradha)
ବୃକ୍ଷରୁ ପତିତ (Brukhyaru patita) – ବୃକ୍ଷପତିତ (Brukhya patita),
ଗାଁଆର ଲୋକ (Gaonra loka) – ଗାଆଁ ଲୋକ (Gaon loka)
ଜଳରେ ମଗ୍ନ (Jala re magna)– ଜଳମଗ୍ନ (Jalamagna) ।
* ପ୍ରଖ୍ୟାତ ବ୍ୟାକରଣକାର ପାଣିନିଙ୍କ ମତରେ ସମାସ ଚାରି ପ୍ରକାର । କର୍ମଧାରୟ ଓ ଦ୍ୱିଗୁ ସମାସକୁ ସେ ତତପୁରୁଷ ସମାସର ଅନ୍ତର୍ଭୁକ୍ତ କରିଛନ୍ତି । ଯେଉଁ ସ୍ଥଳରେ ଅର୍ଥଦୃଷ୍ଟିରୁ ଉତ୍ତରପଦ (uttarapada) ପ୍ରଧାନ ହୋଇଥାଏ, ତାହା ତତପୁରୁଷ, ଯେଉଁସ୍ଥଳରେ ପୂର୍ବପଦ (purbapada) ପ୍ରଧାନ ବିବେଚିତ ହୁଏ, ତାହା ଅବ୍ୟୟଭାବ; ଯେଉଁଠି ଉଭୟପୂର୍ବପଦ ଓ ଉତ୍ତରପଦ ପ୍ରାଧାନ୍ୟ ରୁହେ ସେଠାରେ ଦ୍ୱନ୍ଦ୍ୱ ସମାସ (dwanda samas) ହୁଏ । ସମସ୍ୟାମାନ ପଦଗୁଡିକକର ଅର୍ଥକୁ ଅତିକ୍ରମ କରି ଅନ୍ୟଅର୍ଥର ପ୍ରାଧାନ୍ୟ ଆସୁଥିଲେ ‘ ବହୁବ୍ରୀହି ‘(Bahubrihi) ସମାସ ହୁଏ ।
ଉଲ୍ଲିଖିତ ଉଦାହରଣରେ ପୂର୍ବପଦଗୁଡିକ ଯଥାକ୍ରମେ ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ବିଭକ୍ତି ହୋଇଅଛି । ଦ୍ୱିତୀୟାଠାରୁ ସପ୍ତମୀ ପର୍ଯ୍ୟନ୍ତ ବିଭକ୍ତିଯୁକ୍ତ ପଦ ପୂର୍ବପଦରୂପେ ରହି ଯେଉଁ ସମାସ ହୋଇଥାଏ, ତାହାକୁ ତତପୁରୁଷ ସମାସ (Tatpurus Samas) କୁହାଯାଏ ।
ଦ୍ୱିତୀୟା ତତପୁରୁଷ :- ପୂର୍ବପଦରେ ଥିବା ଦ୍ୱିତୀୟା ବିଭକ୍ତିର ଚିହ୍ନ “ କୁ, କି, ଙ୍କୁ, ମାନଙ୍କୁ ” ଲୋପହୋଇ ଯେଉଁ ସମାସ ହୁଏ, ତାହାକୁ ଦ୍ୱିତୀୟା ତତପୁରୁଷ (dwitiya tatpurus) କହନ୍ତି ।
ଯଥା - ସୁଖକୁ ପ୍ରାପ୍ତ (Sukhaku prapta) – ସୁଖପ୍ରାପ୍ତ (sukha prapta)
ଘରକୁ ମୁହାଁ (Gharaku muhan) – ଘରମୁହାଁ (Ghara muhan)
ହରିକି ପ୍ରାପ୍ତ (hariki prapta) – ହରିପ୍ରାପ୍ତ (hari prapta)
ସେହିପରି ସାହାଯ୍ୟପ୍ରାପ୍ତ (Sahajya prapta), ତେଲପିଆ (ବାଡି) ପଦାଶ୍ରିତ, ଚରଣାଶ୍ରିତ (charanasrita) , ଧନପ୍ରାପ୍ତ (Dhanprapta) , ବିଦ୍ୟାପ୍ରାପ୍ତ (Bidyaprapta) ଇତ୍ୟାଦି ।
ଚିରକାଳକୁ ବ୍ୟାପୀ ଦୁଃଖ (Chiraku byapi dukha) – ଚିରଦଃଖ (Chira dukha) (ବ୍ୟାପି ଅର୍ଥରେ ଦ୍ୱିତୀୟା )
ଚିରଦିନ ବ୍ୟାପୀ ଶତ୍ରୁ (Chira dina byapti satru) - ଚିରଶତ୍ରୁ (Chira satru) (ବ୍ୟାପି ଅର୍ଥରେ ଦ୍ୱିତୀୟା )
କ୍ଷଣକୁ ମାତ୍ର ସ୍ଥାୟୀ (khyanaku matra sthayi) – କ୍ଷଣସ୍ଥାୟୀ (khyanasthayi) ( କାଳଅର୍ଥରେ ଦ୍ୱିତୀୟା )
Read More
ପୂର୍ବପଦର ପଞ୍ଚମୀ ବିଭକ୍ତି ଚିହ୍ନ – ରୁ, ଠାରୁ , ଲୋପପାଇ ’ସମସ୍ତ’ ପଦ ଗଠିତ ହେଲେ ପଞ୍ଚମୀ ତତପୁରୁଷ (panchami tatpurus) ହୁଏ ।ଯଥା – ଗଛରୁ ତୋଳା (gacharu tola) – ଗଛତୋଳା (gachatola)
ରୋଗରୁ ମୁକ୍ତ (rogaru mukta) – ରୋଗମୁକ୍ତ (rogamukta)
ବିଲାତରୁ ଫେରାନ୍ତା (bilataru feranta) – ବିଲାତଫେରାନ୍ତା
ଗୋଠରୁ ଖଣ୍ଡିଆ (gotharu khandia) – ଗୋଠଖଣ୍ଡିଆ (gotha khandia)
ଜନ୍ମରୁ ଅନ୍ଧ (janmaru andha) – ଜନ୍ମାନ୍ଧ (janmandha)
ବନ୍ଧନରୁ ମୁକ୍ତ (bandhanaru mukta) – ବନ୍ଧନମୁକ୍ତ (bandhanamukta)
ଭୟ ଓ ତ୍ରାଣ ଅର୍ଥରେ ମଧ୍ୟ ପଞ୍ଚମୀ ତତପୁରୁଷ (panchami tatpurus) ହୁଏ ।
ଯଥା – ବାଘଠାରୁ ଭୟ (bagha tharu bhaya)– ବାଘଭୟ (bagha bhaya)
ସଂସାରଠାରୁ ଭୟ (sansara tharu bhaya) – ସଂସାରଭୟ (sansara bhaya)
ବିପଦରୁ ତ୍ରାଣ (ରକ୍ଷା) (bipadaru trana) - ବିପତତ୍ରାଣ (bipadatrana)
ସେହିପରି ସମାଜଚ୍ୟୁତ (samaja chyuta), ସତ୍ୟଭ୍ରଷ୍ଟ (satya bhrasta), ଶାପମୁକ୍ତ (sapamukta) , ଧର୍ମଛଡା (dharma chanda), ଋଣମୁକ୍ତ (runamukta), ଆର୍ତ୍ତତ୍ରାଣ (artatrana) ଇତ୍ୟାଦି ଶବ୍ଦଗୁଡିକ ପଞ୍ଚମୀ ତତପୁରୁଷ ।
ଷଷ୍ଠୀ ତତପୁରୁଷ -
ପୂର୍ବପଦର ଷଷ୍ଠୀ ବିଭକ୍ତିର ଚିହ୍ନ – ର, ଙ୍କର, ମାନଙ୍କର ଆଦି ଲୋପ ପାଇଁ ‘ ସମସ୍ତ ‘ ପଦ ଗଠିତ ହେଲେ ଷଷ୍ଠୀ ତତପୁରୁଷ (sasthi tatpurus) ହୁଏ ।
ଯଥା – ନଈର ପାଣି (naira pani) – ନଈପାଣି (nain pani)
ହଂସୀର ଡିମ୍ବ (hansira dimba) – ହଂସଡିମ୍ବ (hansadimba)
ଗାଁଆର ମୁଣ୍ଡ (gaonra munda) – ଗାଆଁମୁଣ୍ଡ (ganmunda)
ରାଜାଙ୍କର ପୁତ୍ର (rajankara putra) – ରାଜପୁତ୍ର (rajaputra)
ମାନବର ଧର୍ମ (manabara dharma) – ମାନବ ଧର୍ମ (manaba dharma)
ରାତିର ଅଧ (ratira adha )– ଅଧରାତି (adharati) / ରାତିଅଧ (ratiadha)
ସେହିପରି ମାତୃଭାଷା (matrubhasa), ପଜାତନ୍ତ୍ର (prajatantra), ବୃକ୍ଷଶାଖା (brukhya sakha), ଯୁବକସଂଘ (jubaka sangha) , ନାରୀଶିକ୍ଷା (narisikhya), କର୍ମଫଳ (karmaphala) ଇତ୍ୟାଦି ଶବ୍ଦଗୁଡିକ ଷଷ୍ଠୀ ତତପୁରୁଷ (sasthi tatpurus) ।
i) ଷଷ୍ଠୀତତପୁରୁଷ ସମାସରେ ଅର୍ଦ୍ଧ, ଶ୍ରେଷ୍ଠାର୍ଥକ ‘ରାଜା’ ଶବ୍ଦ ସମସ୍ତ କର୍ମଫଳ ଇତ୍ୟାଦି ଶବ୍ଦଗୁଡିକ ଷଷ୍ଠୀ ତତପୁରୁଷ ।
ଯଥା – ଚନ୍ଦ୍ରର ଅର୍ଦ୍ଧ (chadrara ardha) – ଅର୍ଦ୍ଧଚନ୍ଦ୍ର (ardha chandra)
ହଂସମାନଙ୍କର ରାଜା (hansa manankara raja) – ରାଜହଂସ (raja hansa) ( ଶ୍ରେଷ୍ଠ ଅର୍ଥରେ )
ସେହିପରି ରାଜଯୋଗ (rajjoga), ରାଜଘୋଟକ (rajghotaka), ଷଷ୍ଠୀ ତତପୁରୁଷର ଅନ୍ତର୍ଗତ ।
ii) ‘ରାଜା’ ସହିତ ଅନ୍ୟପଦର ସମାସ ହେଲେ ‘ଆ’ କାର ସ୍ଥଳରେ ‘ଅ’ କାର ହୁଏ ।
ଯଥା – ରାଜାଙ୍କର ପୁତ୍ର (rajankara putra)– ରାଜପୁତ୍ର (rajaputra)
ରା଼ଜାଙ୍କର ନୀତି (ranjankara niti) – ରାଜନୀତି (rajaniti)
ରାଜାଙ୍କର ପରିଷଦ (rajankara parisada) – ରାଜପରିଷଦ (rajaparisada) ଇତ୍ୟାଦି ।
କେତେକ କ୍ଷେତ୍ରରେ ଷଷ୍ଠୀ ତତପୁରୁଷ ସମାସରେ ସ୍ତ୍ରୀଲିଙ୍ଗବାଚକ ଶବ୍ଦ, ପୁଂଲିଙ୍ଗ ବାଚକ ହୁଏ ।
ଯଥା – ଛାଗୀର ଦୁଗଧ (chagira dugdha) – ଛାଗଦୁଗ୍ଧ (chaga dugdha)
କୁକକୁଟୀର ଅଣ୍ଡ (kukakutira anda)– କୁକକୁଟାଣ୍ଡ (kukakutanda)
ହଂସୀର ଶାବକ (hansira sabaka) – ହଂସଶାବକ (hansa sabaka) ଇତ୍ୟାଦି ।
ସପ୍ତମୀ ତତପୁରୁଷ – ପୂର୍ବପଦର ସପ୍ତମୀ ବିଭକ୍ତିର ଚିହ୍ନ – ‘ରେ, ଠାରେ, ଠି’ ଲୋପପାଇ ‘ସମସ୍ତ’ ଗଠିତ ହେଲେ ସପ୍ତମୀ ତତପୁରୁଷ (saptami tatpurus) ହୁଏ ।
ଯଥା – ଗଛରେ ପାଚିଲା (gachare pachila) – ଗଛପାଚିଲା (gacha pachila)
ଜଳରେ ମଗ୍ନ (jalare magna) – ଜଳମଗ୍ନ (jala magna)
ବିଦ୍ୟାରେ ନିପୁଣ (bidyare nipuna) – ବିଦ୍ୟାନିପୁଣ (bidyanipuna)
ସଂଖ୍ୟାରେ ଗରିଷ୍ଠ (sakhyare garistha) – ସଂଖ୍ୟାଗରିଷ୍ଠ (sankhya garistha)
ବଣରେ ଭୋଜି (banare bhoji) – ବଣଭୋଜି (banabhoji)
କର୍ମରେ କୁଶଳ (karmare kusala) – କର୍ମକୁଶଳ (karma kusala)
ଭୂମରେ ପତିତ (bhumire patita) – ଭୂମିପତିତ (bhumi patita)
ସେହିପରି କାର୍ଯ୍ୟଦକ୍ଷ (karjya dakhya), ପାପାସୁକ୍ତ (papasukta), ସତ୍ୟାନୁରାଗୀ (satyanurogi) , କର୍ମକ୍ଷମ (karmakhyama) , ପୁରୁଷୋତ୍ତମ (purusottama) , ଘରଥୁଆ (gharathua) , ନରାଧମ (naradhama) , କବିଶ୍ରେଷ୍ଠ (kabi srestha) , ଶିରୋଧାର୍ଯ୍ୟ (sirodharjya) , ଋଣପଣ୍ଡିତ (runapandita), କାବ୍ୟବିଦଗ୍ଧ (kabya bidhagda), ଶାସ୍ତ୍ରନିପୁଣ (sastra nipuna), ମାସଦେୟ (masadeya) ଇତ୍ୟାଦି ଶବ୍ଦଗୁଡିକ ସପ୍ତମୀ ତତପୁରୁଷ ।
Releated Posts
ନଞ୍ ତତପୁରୁଷ
ଉପପଦ ତତପୁରୁଷ
![]() |
Add caption |
No comments:
Post a Comment