Write an application to BDO to dig a tube well in your village || ତୁମ ଗ୍ରାମରେ ନଳକୂପ ଖନନ ପାଇଁ B.D.O. (ବି.ଡି.ଓ.) ଙ୍କ ପାଖକୁ ଦରଖାସ୍ତ ଲେଖ ? - Information That You Want

Sunday, 4 April 2021

Write an application to BDO to dig a tube well in your village || ତୁମ ଗ୍ରାମରେ ନଳକୂପ ଖନନ ପାଇଁ B.D.O. (ବି.ଡି.ଓ.) ଙ୍କ ପାଖକୁ ଦରଖାସ୍ତ ଲେଖ ?

write application in odia / Odia application / ନଳକୂପ ପାଇଁ ଦରଖାସ୍ତ

ତୁମ ଗ୍ରାମରେ ନଳକୂପ ଖନନ ପାଇଁ B.D.O. (ବି.ଡି.ଓ.) ଙ୍କ ପାଖକୁ ଦରଖାସ୍ତ ଲେଖ ?




ମାନନୀୟ,

                        ଶ୍ରୀଯୁକ୍ତ ବଡସାହି ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ, ବଡସାହି, ମୟୂରଭଞ୍ଜ ।
                      ମହୋଦୟ ......................................................ସମୀପେଷୁ ।
                                     (ଦୁର୍ଗାପୁର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଜରିଆରେ)

ମହାଶୟ,

            ନିବେଦନ ଅଭିପ୍ରାୟ ଏହିକି ଯେ ଆମ୍ଭେ ଦୁର୍ଗାପୁର ଗ୍ରାମପଞ୍ଚାୟତର ଗନ୍ଧାଳି ଗ୍ରାମର ଅଧିବାସୀ ଅଟୁ ଏବଂ ନିମ୍ନଲିଖିତ ବିଷୟ ପ୍ରତି ଆପଣଙ୍କର ଦୃଷ୍ଟି ଆର୍କର୍ଷଣ କରୁଅଛୁ ।


      

           ଆମ୍ଭ ଗ୍ରାମର ଲୋକସଂଖ୍ୟା ପ୍ରାୟ ୨୦୦୦ । ଆମ୍ଭ ଗ୍ରାମର ଆବଶ୍ୟକ ସଂଖ୍ୟାରେ କୂପ ବା ନଳକୂପ ନଥିବାରୁ ଆମେ ଗ୍ରାମବାସୀଗଣ ଘୋର ଜଳକଷ୍ଟରେ କାଳତିପାତ କରୁଛୁ । ସରକାରଙ୍କ ଦ୍ଵାରା ନିର୍ମିତ ହୋଇଥିବା କୂଅଟିଏ ଅଛି,  ତାହା ଉପରେ ସମ୍ପୂର୍ଣ୍ଣ ଗ୍ରାମବାସୀ ବର୍ତ୍ତମାନ ନିର୍ଭର କରୁଛନ୍ତି । ଗ୍ରୀଷ୍ମ ଋତୁ କଥାତ ଦୂରରେ ଥାଉ ଶୀତଋତୁରେ ମଧ୍ୟ ଏଠାରେ କୂଅଟିର ପାଣି ଶୁଖିଯାଉଛି । ଗ୍ରୀଷ୍ମ ଋତୁରେ ତେଣୁ ପାନୀୟ ଜଳପାଇଁ ପ୍ରାୟ ଗ୍ରାମବାସୀଙ୍କୁ ୨/୩ କି.ମି. ପଥ ଅତିକ୍ରମ କରିବାକୁ ପଡିଥାଏ । ଯାହାଫଳରେ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

              ଏଣୁ ବିନୀତ ଅନୁରୋଧ କରୁକି ଆପଣ ଆମ ଗ୍ରାମରେ ଗୋଟିଏ ନଳକୂପ ଖନନ କରିବାର ଆଶୁ ବ୍ୟବସ୍ଥା କଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିରକୃତଜ୍ଞ ରହିବୁ ‌।

 

                                               ଇତି
                                                  ଆପଣଙ୍କର ବିଶ୍ଵସ୍ତ




application to BDO to dig a tubewell in your village

1 comment: