ଅଳଙ୍କାର
(Alankara Odia)
ରମଣୀର ମୁଖମଣ୍ଡଳ ଅନନ୍ତ ଶୋଭାର ଆଧାର ହେଲେ ମଧ୍ୟ ଭୂଷଣ ରହିତ ହୋଇ ତାହା ଯେପରି ଶୋଭାହୀନ ହୋଇଯାଏ, ସେହିପରି କାବ୍ୟସୁନ୍ଦରୀ ଅଳଙ୍କାର ବିମୋଣ୍ଡିତ ନ ହେଲେ ତାହା ପାଠକାଦୃତ ହୋଇପାରିବ ନାହିଁ । ଏଣୁ କାବ୍ୟର ସୌନ୍ଦର୍ଯ୍ୟ ହେଉଛି ଅଳଙ୍କାର। ଅଳଙ୍କାରବାଦୀ ଆଚାର୍ଯ୍ୟମାନଙ୍କ ମତରେ ଅଳଙ୍କାର ହିଁ କାବ୍ୟର ଆତ୍ମା ସଦୃଶ । ଏହି ଅଳଙ୍କାର କେବଳ କାବ୍ୟର ଶୋଭା ବିଧାୟକ ଏକ ଧର୍ମ ନୁହେଁ, ଏହା କାବ୍ୟ-ସୌନ୍ଦର୍ଯ୍ୟର ଅପର ନାମ ମାତ୍ର । ଅଳଙ୍କାର କେବଳ ଶବ୍ଦ ଓ ଅର୍ଥର ସୌନ୍ଦର୍ଯ୍ୟବର୍ଦ୍ଧନ କରେନାହିଁ, ଶବ୍ଦ ଓ ଅର୍ଥର ସୌନ୍ଦର୍ଯ୍ୟବର୍ଦ୍ଧନ ମାଧ୍ୟମରେ ସାହିତ୍ୟର ଅତ୍ମଭୂତ ଧ୍ଵନି ବିଶେଷତଃ ରସଧ୍ଵନିର ଉପକାର ସାଧନ କରେ । କାରଣ ଅଳଙ୍କାରଗତ ଚାରୁତା ଯୋଗୁଁ ସହୃଦୟ ସାହିତ୍ୟ ରସିକମାନଙ୍କର ରସାସ୍ଵାଦନ ସହଜ ହୁଏ । ଏଣୁ ଶବ୍ଦ ଓ ଅର୍ଥର ଶୋଭାଵିଧାୟକ, ରସୋପକାରକ, ଅନିତ୍ୟଧର୍ମକୁ ଅଳଙ୍କାର କୁହାଯାଏ । କାଵ୍ୟରେ ବ୍ୟବହୃତ ଅଳଙ୍କାରଗୁଦଜଡିକୁ ସାଧରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି ।
(୧) ଶବ୍ଦାଳଙ୍କାର (Sabda Alankar), (୨) ଅର୍ଥାଳଙ୍କାର (Artha Alankar)।
No comments:
Post a Comment