ବ୍ୟଞ୍ଜନ ସନ୍ଧି
( Byanjan Sandhi )
ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନବର୍ଣ୍ଣର କିମ୍ଵା ସ୍ଵରବର୍ଣ୍ଣର ମିଳନକୁ ବ୍ୟଞ୍ଜନସନ୍ଧି କହନ୍ତି ।
ଯଥା :- ବାକ୍ + ଈଶ = ବାଗୀଶ ( Bagisha )
ମୃତ୍ + ମୟ = ମୃଣ୍ମୟ ( Mrunmaya )
ଜଗତ୍ + ଇଶ = ଜଗଦୀଶ ( Jagadish ) ଇତ୍ୟାଦି ।
ନିମ୍ନରେ ଅନ୍ୟ କେତେକ ଉଦାହରଣ ଦିଆଗଲା ।
୧. ଦିକ୍ + ଅମ୍ଵର = ଦିଗମ୍ଵର ( Digambara )
ସତ୍ + ଇଚ୍ଛା = ସଦିଚ୍ଛା ( Sadichha )
ସତ୍ + ଆକାର = ସଦାଚାର ( Sadachar )
ବାକ୍ + ଈଶ = ବାଗୀଶ ( Bagisha )
ଉତ୍ + ଯାପନ = ଉଦଯାପନ ( Udghatan )
ଜୟତ୍ + ରଥ = ଜୟଦ୍ରଥ ( Jayadrath )
ସତ୍ + ଆନନ୍ଦ = ସଦାନନ୍ଦ ( Sadananda )
ଜଗତ୍ + ଈଶ୍ଵର = ଜଗଦୀଶ୍ଵର ( Jagadiswara )
ଭବତ୍ + ଈୟ = ଭବଦୀୟ ( Bhabadiya )
ଣିଚ୍ + ଅନ୍ତ = ଣିଜନ୍ତ ( Nijanata )
ଦିକ୍ + ବଳୟ = ଦିଗବଳୟ ( Digbalaya )
ଉତ୍ + ଯାପନ = ଉଦଯାପନ ( Udghatana )
ସତ୍ + ଉପାୟ = ସଦୁପାୟ ( Samudaya )
ଭବତ୍ + ଈୟ = ଭବଦୀୟ ( Bhabadiya )
ଦିକ୍ + ଅନ୍ତ = ଦିଗନ୍ତ ( Diganta )
Read More
ଉତ୍ + ଘାଟନ = ଊଦଘାଟନ ( Udghatana )
ଚିତ୍ + ଆନନ୍ଦ = ଚିଦାନନ୍ଦ ( Chidananda )
ଷଟ୍ + ଯନ୍ତ୍ର = ଷଡ଼ଯନ୍ତ୍ର ( Sadajantra )
ବାକ୍ + ଆଡମ୍ବର = ବାଗାଡ଼ମ୍ବର ( Bagadambar )
ଜଗତ୍ + ବନ୍ଧୁ = ଜଗଦବନ୍ଧୁ ( Jagadbandhu )
ଉତ୍ + ଯୋଗ = ଉଦଯୋଗ ( Udjoga )
ସୂତ୍ର :- ବ୍ୟଞ୍ଜନ ବର୍ଣ୍ଣ ପରେ ସ୍ଵରବର୍ଣ୍ଣ, ଯେକୌଣସି ବର୍ଗର ୩ୟ, ୪ର୍ଥବର୍ଣ୍ଣ କିମ୍ଵା ଯ୍, ର୍, ଳ୍, ଥିଲେ, ବର୍ଗର ପ୍ରଥମବର୍ଣ୍ଣ ସ୍ଥାନରେ ସେହି ବର୍ଗର ୩ୟ ବର୍ଣ୍ଣ ହୁଏ ।
୨. ଉତ୍ + ଚାରଣ = ଉଚ୍ଛାରଣ ( Ucharana )
ଚଳତ୍ + ଚିତ୍ର = ଚଳଚିତ୍ର ( Chalachitra )
ବିପଦ୍ + ଚୟ = ବିପଚ୍ଚୟ ( Bipachhaya )
ଉତ୍ + ଛେଦ = ଉଚ୍ଛେଦ ( Uchheda )
ଶରଦ୍/ଶରତ୍ + ଚନ୍ଦ୍ର = ଶରଚ୍ଚନ୍ଦ୍ର ( Sarachhandra )
ମହତ୍ + ଚିତ୍ରୃ = ମହଚ୍ଚିତ୍ର ( Mahachhitra )
ସୂତ୍ର :- ‘ତ୍’ ବା ‘ଦ୍’ ପରେ ‘ଚ’ ବା ‘ଛ’ ଥିଲେ ‘ତ୍’ ବା ‘ଦ୍’ ସ୍ଥାନରେ ‘ଚ’ ହୁଏ ।
୩. ସତ୍ + ଜନ୍ = ସଜ୍ଜନ ( Sajjan )
ବିପଦ୍ + ଜନକ = ବିପଜ୍ଜନକ ( bijjanak )
ମହତ୍ + ଝଙ୍କାର = ମହଜଝଙ୍କାର ( mahajjhankar )
ଯାବତ୍ + ଜୀବନ = ଯାବଜ୍ଜୀବନ ( Jabajjiban )
ଉତ୍ + ଜ୍ଵଳ = ଉଜ୍ଜ୍ଵଳ ( Ujwala )
ସୂତ୍ର :- ‘ତ୍’ ବା ‘ଦ୍’ ପରେ ‘ଜ୍’ ବା ‘ଝ’ ଥିଲେ ‘ତ୍’ ବା ‘ଦ୍’ ସ୍ଥାନରେ ‘ଜ୍’ ହୁଏ ।
୪. ଜଗତ୍ + ନାଥ = ଜଗନ୍ନାଥ ( Jagannath )
ଜଗତ୍ + ମୋହନ = ଜଗନ୍ମୋହନ / ଜଗନମୋହନ ( Jaganmohan )
ଉତ୍ + ନତି = ଉନ୍ନତି ( Unnati )
ଷଟ୍ + ମାସ = ଷଣ୍ନାସ ( Shanmas )
ସତ୍ + ମାର୍ଗ = ସନ୍ମାର୍ଗ (ସଦମାର୍ଗ) ( Sanmarga )
ପରାକ୍ + ମୁଖ =ପରାଙମୁଖ ( Parangmukh )
ଚିତ୍ + ମୟ = ଚିନ୍ମୟ ( Chinmay )
ମୃତ୍ + ମୟ = ମୃଣ୍ମୟ ( mrunmay )
ବାକ୍ + ମୟ = ବାଙ୍ମୟ / ବାଙମୟ ( Bangmaya )
ସୂତ୍ର :- ପରପଦର ପ୍ରଥମବର୍ଣ୍ଣ ‘ନ’ କିମ୍ଵା ‘ମ’ ହୋଇଥିଲେ ପୂର୍ବପଦର ଶେଷବର୍ଣ୍ଣ ଯେଉଁବର୍ଗର ପ୍ରଥମବର୍ଣ୍ଣ ହୋଇଥାଏ, ତାହା ସ୍ଥାନରେ ସେହିବର୍ଗର ପଞ୍ଚମବର୍ଣ୍ଣ ହୁଏ । ଅନ୍ୟ ପକ୍ଷରେ ତୃତୀୟବର୍ଣ୍ଣ ହୁଏ ।
୫. ଶମ୍ + କର = ଶଙ୍କର / ଶଂକର ( Sankar )
ସମ୍ + କଳନ = ସଙ୍କଳନ / ସଂକଳନ ( Sankalana )
ସମ୍ + ଦେହ = ସନ୍ଦେହ / ସଂଦେହ ( Sandeha )
ସମ୍ + ଗୀତ = ସଙ୍ଗୀତ / ସଂଗୀତ ( Sangita )
ସମ୍ + ପଦ = ସମ୍ପଦ / ସଂପଦ ( Sampada )
ସମ୍ + ବାଦ = ସମ୍ଵାଦ / ସଂବାଦ ( Sambada )
ସମ୍ + ପୂର୍ଣ୍ଣ = ସମ୍ପୂର୍ଣ୍ଣ / ସଂପୂର୍ଣ୍ଣ ( Sampurna )
ସୂତ୍ର :- ‘ମ୍’ ପରେ ଯେଉଁ ବର୍ଗର ବର୍ଣ୍ଣ ଥାଏ, ‘ମ୍’ ସ୍ଥାନରେ ସେହି ବର୍ଗର ପଞ୍ଚମବର୍ଣ୍ଣ ହୁଏ । ବିକଳ୍ପରେ ‘ମ୍’ ସ୍ଥାନରେ ଅନୁସାର ହୁଏ ।
୬. ସମ୍ + ଯୋଜନା = ସଂଯୋଜନା ( Sanjojona )
ସମ୍ + ଶୟ = ସଂଶୟ ( Sansaya )
ସମ୍ + ହାର = ସଂହାର ( Sanhara )
ସମ୍ + ଲଗ୍ନ = ସଂଲଗ୍ନ ( Sanlogna )
ସମ୍ + ହାର = ସଂହାର ( Sanhara )
ସମ୍ + ରକ୍ଷିତ = ସଂରକ୍ଷିତ ( Sanrakhita )
ସମ୍ + ହତି = ସଂହତି ( Sanhati )
ସମ୍ + ଶୋଧନ = ସଂଶୋଧନ ( Sansodhana )
ସମ୍ + ଯୋଗ = ସ୍ଂଯୋଗ ( Sanjoga )
ସମ୍ + ଯୁକ୍ତ = ସଂଯୁକ୍ତ ( Sanjukta )
ସୂତ୍ର :- ‘ମ´ ପରେ ଅବର୍ଗ୍ୟବର୍ଣ୍ଣ ଥିଲେ ‘ମ୍’ ସ୍ଥାନରେ ଅନୁସାର (ଂ) ହୁଏ ।
୭. ସମ୍ + ନିକଟ = ସନ୍ନିକଟ ( Sannikata )
ସମ୍ + ନିପାତ = ସନ୍ନିପାତ ( Sannipata )
ସମ୍ + ନିହିତ = ସନ୍ନିହିତ ( Sannihita )
ସମ୍ + ନ୍ୟାସ = ସନ୍ନ୍ୟାସ ( Sannyasa )
ସମ୍ + ନିବିଷ୍ଟ = ସନ୍ନିବିଷ୍ଟ ( Sannibista )
ସମ୍ + ନିଧାନ = ସନ୍ନିଧାନ ( Sannidhan )
ସୂତ୍ର :- ‘ମ’ ପରେ ‘ନ´ଥିଲେ ‘ମ’ ସ୍ଥାନରେ ‘ନ୍ନ’ ହୁଏ ।
୮. ତଦ୍ + ହିତ୍ = ତଦ୍ଧିତ ( Todhita )
ଉତ୍ + ହତ = ଉଦ୍ଧତ ( Uddhata )
ସୂତ୍ର :- ‘ତ୍’ ବା ‘ଦ୍’ ପରେ ‘ହ’ ‘ଧ’ ‘ଦ’ ହୁଏ ଏବଂ ‘ଧ´ମିଶି ‘ଦ୍ଧ’ ହୁଅନ୍ତି ।
୯. ଉତ୍ + ଲେକ = ଉଲ୍ଲେଖ ( Ullekha )
ଉତ୍ + ଲାସ = ଉଲ୍ଲାସ ( Ullasa )
ତଦ୍ + ଲୀନ = ତଲ୍ଲୀନ ( Tallin )
ଉତ୍ + ଲଙ୍ଘନ = ଉଲଙ୍ଘନ ( Ullanghana )
ସୂତ୍ର :- ତ୍, ଦ୍ ପରେ ‘ଲ’ ଥିଲେ ତ୍, ଦ୍, ସ୍ଥାନରେ ‘ଲ’ ହୁଏ । ପରବର୍ତ୍ତୀ ‘ଲ’ ଏହି ‘ଲ’ ସହିତ ହୋଇ ‘ଲ୍ଲ’ ହୁଏ ।
୧୦. ଉତ୍ + ଶୃଙ୍ଖଳ = ଉଚ୍ଛୃଙ୍ଖଳ ( Utsrunkhala )
ଚଳତ୍ + ଶକ୍ତି = ଚଳଚ୍ଛକ୍ତି ( Chalachakti )
ଉତ୍ + ଶ୍ଵାସ = ଉଚ୍ଛ୍ଵାସ ( Uchhwasa )
ବିପଦ୍ + ଶଙ୍କା = ବିପଚ୍ଛଙ୍କା ( Bipachhanka )
ସୂତ୍ର :- ‘ତ୍’ ବା ‘ଦ୍’ ପରେ ‘ଶ’ ଥିଲେ ‘ତ୍’ ବା ‘ଦ୍’ ସ୍ଥାନରେ ‘ଚ୍’ ହୁଏ ଏବଂ ‘ଶ´ ସ୍ଥାନରେ ‘ଛ’ ହୁଏ । ଏହି ‘ଚ୍’ ଓ ‘ଚ୍ଛ’ ହୁଅନ୍ତି ।
୧୧. ସମ୍ + କାର = ସଂସ୍କାର ( Sanskara )
ସମ୍ + କରଣ = ସଂସ୍କରଣ ( Sankarana )
ସମ୍ + କୃତି = ସଂସ୍କୃତି ( Sanskruti )
ପରି + କାର = ପରିଷ୍କାର (ଷତ୍ଵ ବିଧାନ) ( Pariskara )
ସୂତ୍ର :- ‘ସମ୍’ ଓ ‘ପରି’ ଉପସର୍ଗପରେ ‘କୃ’ ଧାତୁ ନିଷ୍ପାନ୍ନ ‘କାର’ ଓ ‘କୃତି’ ପ୍ରଭୃତି ରହିଲେ ‘ସ୍’ ର ଆଗମ ହୁଏ ‘ସ’ ଷତ୍ଵବିଧି ଅନୁଯାୟୀ ‘ଷ’ ହୁଏ । (ସ୍ଥଳବିଶେଷରେ ଏହି ‘ସ’ ଷତ୍ଵବିଧି ଅନୁଯାୟୀ ‘ଷ’ ହୁଏ ।
୧୨. ବିପଦ୍ + କାଳ = ବିପତକାଳ ( Bipatkala )
ତଦ୍ + ପର = ତତ୍ପର / ତତପର ( Tatpara )
ବିପଦ୍ + ଖଣ୍ଡନ = ବିପତକଣ଼୍ଡନ ( Bipatkhandana )
କ୍ଷୁଧ୍ + ପିପାସା = କ୍ଷୁତପିପାସା ( Khyutpipasa)
ତଦ୍ + କାଳ = ତତ୍କାଳ / ତତକାଳ ( Tatkalin)
ସମ୍ପଦ୍ + ସଖା = ସମ୍ପତସଖା ( Sampatsakha )
ସୂତ୍ର :- ‘କ’ ‘ଖ’ ‘ପ’ ‘ସ´ ଆଦି ବର୍ଣ୍ଣ ଗୁଡିକ ପରେ ଥିଲେ ପଦର ଅନ୍ତଃସ୍ଥିତ ‘ଦ’ ଓ ‘ଧ୍’ ସ୍ଥାନରେ ‘ତ୍’ ହୁଏ ।
୧୩. ପରି + ଛେଦ = ପରିଚ୍ଛେଦ ( Parichheda )
ଅନୁ + ଛେଦ = ଅନୁଚ୍ଛେଦ ( Anuchheda )
ଅବ + ଛେଦ = ଅବଚ୍ଛେଦ ( Abaccheda )
ସୂତ୍ର :- ପୂର୍ବପଦରେ ଅନ୍ତଃସ୍ଥିତ ବର୍ଣ୍ଣ ଯଦି ହ୍ରସ୍ଵସ୍ଵର ଯୁକ୍ତ ହୋଇଥାଏ ଏବଂ ତାହାପରେ ଯଦି ‘ଛ’ ଥାଏ, ତେବେ ‘ଛ’ ସ୍ଥାନରେ ‘ଚ୍ଛ’ ହୁଏ ।
(ବିକଳ୍ପ :- ଯେଉଁଠାରେ ବର୍ଣ୍ଣର ଏକାଧିକ ରୂପର ସମ୍ଭାବନା ଥାଏ ଏବଂ ଯେ କୌଣସି ରୂପ ଗ୍ରହଣ କଲେ ତାହା ଠିକ୍ ହୁଏ, ତାହାକୁ ବିକଳ୍ପ କହନ୍ତି । ଓଡିଆରେ ‘ବା’ , ‘କିମ୍ଵା’ ପ୍ରଭୃତି ଅବ୍ୟୟପଦ୍ ପ୍ରୟୋଗରେ ‘ବିକଳ୍ପ’ ସୂଚିତ ହୁଏ । )
ଯଥା :- ଦିକ୍ + ନାଗ = ଦିଗନାଗ ବା ଦିଙନାଗ (ବିକଳ୍ପ) ( Dignaga )
ଷଟ୍ + ମାସ = ଷଡମାସ / ଷଣମାସ (ବିକଳ୍ପ) ( Sadmasa )
|
No comments:
Post a Comment