ବିସର୍ଗ ସନ୍ଧି
( Bisarga Sandhi )
ଯଥା :- ‘ର’ ଜାତ ଓ ‘ସ୍’ ଜାତ ବିସର୍ଗ ।
ପଦର ଅନ୍ତଃସ୍ଥିତ ‘ର´ଓ ‘ସ’ ସ୍ଥାନରେ ବିସର୍ଗ (ଃ) ହୋଇଥାଏ ।
‘ର୍’ ଜାତ | ‘ସ୍’ ଜାତ |
ନିର୍ = ନିଃ | ତେଜସ୍ = ତେଜଃ |
ଦୁର୍ = ଦୁଃ | ମନସ୍ = ମନଃ |
ଅନ୍ତର୍ = ଅନ୍ତଃ | ଯଶସ୍ = ଯଶଃ |
ପୁନର୍ = ପୁନଃ |
ଯଥା :- ଯେଉଁପଦର ଅନ୍ତଃସ୍ଥିତ ‘ର´ପରିବର୍ତ୍ତେ ବିସର୍ଗ ବ୍ୟବହୃତ ହୋଇଥାଏ । ତାହାକୁ ‘ର୍’ ଜାତ ବିସର୍ଗ ଏବଂ ଯେଉଁପଦର ଅନ୍ତଃସ୍ଥିତ ‘ସ୍’ ପରିବର୍ତ୍ତେ ବିସର୍ଗ ବ୍ୟବହୃତ ହୋଇଥାଏ, ତାହାକୁ ‘ସ୍’ ଜାତ ବିସର୍ଗ କୁହାଯାଏ । ଆଗରୁ କୁହାଯାଇଛି – ବିସର୍ଗ ପରେ ସ୍ଵର କିମ୍ଵା ବ୍ୟଞ୍ଜନ ବର୍ଣ୍ଣ ଥାଇ ଯେଉଁ ସନ୍ଧି ହୁଏ, ତାକୁ ବିସର୍ଗସନ୍ଧି କହନ୍ତି ।
Read More
୧. ଦୁଃ + ଚିନ୍ତା = ଦୁଶ୍ଚନ୍ତା ( Duschinta )ତପଃ + ଚରଣ = ତପଶ୍ଚରଣ ( Tapascharana )
ନିଃ + ଚୟ = ନିଶ୍ଚୟ ( Nischaya )
ଶିରଃ + ଛେଦ = ଶିରଶ୍ଛେଦ ( Sirachheda )
ନଭଃ + ଚର = ନଭଶ୍ଚର ( Nabhaschara )
ସୂତ୍ର :- ପଦର ଅନ୍ତଃସ୍ଥିତ ବିସର୍ଗ ପରେ ‘ଚ’ ବା ’ଛ’ ଥିଲେ ବିସର୍ଗ ସ୍ଥାନରେ ‘ଶ’ ହୁଏ ।
୨. ମନଃ + ତାପ = ମନସ୍ତାପ ( Manastapa )
ଇତଃ + ତତଃ = ଇତସ୍ତତଃ ( Etastataha )
ସୂତ୍ର :- ବିସର୍ଗପରେ ‘ତ’ ଥିଲେ ବିସର୍ଗ ସ୍ଥାନରେ ’ସ୍´ହୁଏ ।
୩. ଧନୁଃ + ଟଙ୍କାର = ଧନୁଷ୍ଟଙ୍କାର ( Dhanustankara )
ସୂତ୍ର :- ବିସର୍ଗ ପରେ ’ଟ’ ଥିଲେ ବିସର୍ଗ ସ୍ଥାନରେ ‘ଷ୍’ ହୁଏ ।
୪. ବାଚଃ + ପତି = ବାଚସ୍ପତି ( Bachaspati )
ନମଃ + କାର = ନମସ୍କାର ( Namaskara )
ତିରଃ + କାର = ତିରସ୍କାର ( Tiraskara )
ମନଃ + କାମନା = ମନସ୍କାମନା ( Manaskamana )
ଶ୍ରେୟଃ + କର = ଶ୍ରେୟଃସ୍କର ( Sheyaskara )
ସ୍ଥଳବିଶେଷରେ ଷତ୍ଵବିଧି ଅନୁସାରେ ‘ସ´ ନ ହୋଇ ‘ଷ’ ହୁଏ ।
ଯଥା :- ନିଃ + ଫଳ = ନିଷ୍ଫଳ ( Nisphala )
ଧନୁଃ +ପାଣି = ଧନୁଷ୍ପାଣି ( Dhanuspani )
ଚତୁଃ + ପଦ = ଚତୁଷ୍ପଦ ( Chatuspada )
ଆବିଃ + କୃତ = ଆବିଷ୍କୃତ ( Abiskruta )
ନିଃ + ପାପ = ନିଷ୍ପାପ ( Nispapa )
ବହିଃ + କୃତ = ବହିଷ୍କୃତ ( Bahiskruta )
ସୂତ୍ର :- ବସର୍ଗ ପରେ ’କ’ ‘ପ’ କିମ୍ଵା ‘ଫ’ ଥିଲେ, ଅନ୍ତଃସ୍ଥିତ ବିସର୍ଗ ସ୍ଥାନରେ ‘ସ୍´ହୁଏ । କେତେକ ସ୍ଥଳରେ ଷତ୍ଵବିଧି ଅନୁଯାୟୀ ‘ଷ’ ହଏ । (ନିଃ , ଆବିଃ, ବହିଃ, ଦୁଃ, ଚତୁଃ ଶବ୍ଦ ପରେ କ, ପ, ଫ ଥିଲେ ବସର୍ଗ ସ୍ଥାନରେ ‘ଷ୍’ ହୁଏ ।
୫. ତତଃ + ଅଧିକ = ତତୋଽଧିକ ( Totodhika )
ତପଃ + ବନ = ତପୋବନ ( Tapobana )
ମନଃ + ରଞନ = ମନୋରଞ୍ଜନ ( Manoranjan )
ମନଃ + ହର = ମନୋହର ( Manohara )
ଅଧଃ + ଗତି = ଅଧୋଗତି ( Adhogati )
ପୟଃ + ଧର = ପୟୋଧର ( Poyodhara )
ମନଃ + ଗତ = ମନୋଗତ ( Manogata )
ମନଃ + ଯୋଗ = ମନୋଯୋଗ ( Manojoga )
ମନଃ + ରଥ = ମନୋରଥ ( Manoratha )
ପୁରଃ + ଭାଗ = ପୁରୋଭାଗ ( Purobhaga )
ଶିରଃ + ଧାର୍ଯ୍ୟ = ଶିରୋଧାର୍ଯ୍ୟ ( Sirodharjya )
ତମଃ + ମୟ = ତମୋମୟ ( Tamomaya )
ସୂତ୍ର :- ‘ସ’ ଜାତ ବିସର୍ଗପରେ ’ଅ’ କୌଣସି ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମବର୍ଣ୍ଣ, କିମ୍ଵା ଯ, ର, ଳ, ବ, ହ ଥିଲେ, ବିସର୍ଗ ଓ ତତ୍ ପୂର୍ବବର୍ତ୍ତୀ ‘ଅ´କାର ମିଳି ‘ଓ’ ହୁଏ । ଏହି ‘ଓ’ ପୂର୍ବବର୍ଣ୍ଣରେ ଯୁକ୍ତ ହୁଏ । (ପ୍ରଦତ୍ତ ଉଦାହରଣ ଗୁଡିକରେ ଯେତେ ବିସର୍ଗ, ସବୁ ‘ସ’ ଜାତ ବିସର୍ଗ )
୬. ପୁନଃ + ଅପି = ପୁନରପି (ପୁନର୍ + ଅପି ) ( Punarapi )
ଅନ୍ତଃ + ହିତ = ଅନ୍ତର୍ହିତ ( ଅନ୍ତର + ହିତ ) ( Antarhita )
ଅନ୍ତଃ + ଧାନ = ଅନ୍ତର୍ଧାନ / ଅନ୍ତର୍ଦ୍ଧାନ ( Antardhana )
ପୁନଃ + ଆଗମନ = ପୁନରାଗମନ ( Punaragamana )
ସ୍ଵଃ + ଗତ = ସ୍ଵର୍ଗତ ( Swargata )
ଅନ୍ତଃ + ଆତ୍ମା = ଅନ୍ତରାତ୍ମା ( Antaratma )
ଅନ୍ତଃ + ଗତ = ଅନ୍ତର୍ଗତ ( Antargata )
ନିଃ + ଗତ = ନିର୍ଗତ ( Nirgata )
ଅନ୍ତଃ +ଦାହ = ଅନ୍ତର୍ଦାହ ( Antardaha )
ପୁନଃ + ଉକ୍ତି = ପୁନଉକ୍ତି ( Punarukti )
ସୂତ୍ର :- ସ୍ଵରବର୍ଣ୍ଣ କୌଣସି ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମବର୍ଣ୍ଣ କିମ୍ଵା ଯ, ର, ଳ, ବ, ହ ପରେ ଥିଲେ ଅକାର ପରସ୍ଥିତ ‘ର୍´ ଜାତ ବିସର୍ଗ ସ୍ଥାନରେ ‘ର୍’ ହୁଏ । ( ପଦତ୍ତ ଉଦାହରଣଗୁଡିକରେ ଯେତେ ବିସର୍ଗ, ସବୁ ‘ର’ ଜାତ ବିସର୍ଗ । ) ୭, ନିଃ + ଜନ = ନିର୍ଜନ ( Nirjana )
ଦୁଃ + ଯୋଗ = ଦୁର୍ଯୋଗ ( Durjoga )
ନିଃ + ଈକ୍ଷଣ = ନିରୀକ୍ଷଣ ( Nirikhyana )
ଆୟୁ + ବେଦ = ଆୟୁର୍ବେଦ ( Ayurbeda )
ନିଃ + ଲୋଭ = ନିର୍ଲୋଭ ( Nirlobha )
ଦୁଃ + ଅବସ୍ଥା = ଦୁରବସ୍ଥା ( Durabastha )
ନିଃ + ଧନ = ନିର୍ଧନ ( Nirdhana )
ଦୁଃ + ଗତି = ଦୁର୍ଗତି ( Durgati )
ନିଃ +ଆକାର = ନିରାକାର ( Nirakara )
ମୁହୁଁ + ମୁହୁଃ = ମୂହୁର୍ମୁହୁଃ ( Muhurmuhu )
ନଃ + ଦେଶ = ନର୍ଦେଶ ( Nirdesha )
ବହିଃ + ଆବରଣ = ବହିରାବରଣ ( Bahirabana )
ସୂତ୍ର :- ସ୍ଵରବର୍ଣ୍ଣ, ବର୍ଗର ତୃତୀୟ, ଚତୁର୍ଥ, ପଞ୍ଚମବର୍ଣ୍ଣ କିମ୍ଵା, ଯ, ର, ଳ, ବ, ହ ପରେ ଥିଲେ, ଅ, ଆ, ଭିନ୍ନ ଅନ୍ୟସ୍ଵରବର୍ଣ୍ଣର ପରସ୍ଥିତ ବିସର୍ଗସ୍ଥାନରେ ‘ର୍’ ହୁଏ । ଏହି ‘ର’ ସହିତ ପରବର୍ତ୍ତୀ ସ୍ଵାରବର୍ଣ୍ଣ ଯୁକ୍ତହୁଏ କିମ୍ଵା ଏହି ‘ର୍’ ପରବର୍ତ୍ତୀ ବ୍ୟଞ୍ଜନବର୍ଣ୍ଣରେ ରେଫ (<) ହୁଏ ।
୮. ନିଃ + ରସ = ନୀରସ ( Nirasa )
ନିଃ + ରବ = ନୀରବ ( Niraba )
ଚକ୍ଷୁଃ + ରୋଗ = ଚକ୍ଷୂରୋଗ ( Chakhyuroga )
ନିଃ + ରନ୍ଧ୍ର – ନୀରନ୍ଧ୍ର ( Nirandhra )
ନିଃ + ରୋଗ = ନୀରୋଗ ( Niroga )
ଧନୁଃ + ରାଶି = ଧନୂରାଶି ( Dhanurasi )
ଜ୍ୟୋତିଃ + ରାଜି = ଜ୍ୟୋତୀରାଜି ( Jyotiraji )
ସୂତ୍ର :- ବିସର୍ଗ ପରେ ‘ର´ ଥିଲେ ବିସର୍ଗ ଲୋପ ହୁଏ । ବିସର୍ଗର ପୂର୍ବବତ୍ତୀ ହ୍ରସ୍ଵସ୍ଵର ଦୀର୍ଘ ହୁଏ । ଅର୍ଥାତ ‘ଅ’ ସ୍ଥାନରେ ଆ, ‘ଇ’ ସ୍ଥାନରେ ଈ ‘ଉ’ ସ୍ଥାନରେ ‘ଉ’ ହୁଏ ।
୯. ଅତଃ + ଏବ = ଅତଏବ ( Atayeb )
ସୂତ୍ର :- ଅ କାର ଭିନ୍ନ ସ୍ଵରବର୍ଣ୍ଣ ପରେ ଥିଲେ ବିସର୍ଗର ଲୋପ ହୁଏ । ବିସର୍ଗ ସନ୍ଧି ନିୟମ ବହିର୍ଭୁତ ବ୍ୟତିକ୍ରମ ନିମ୍ନରେ ଦିଆଗଲା ।
ନିପାତନ :- ପତତ୍ + ଅଞ୍ଜଳି = ପତଞ୍ଜଳି ( Patanjali )
ବନ + ପତି = ବନସ୍ପତି ( Banaspati )
ହରି + ଚନ୍ଦ୍ର = ହରିଚନ୍ଦ୍ର ( Harichandra )
ବା + ବାର = ବାରମ୍ଵାର ( Barambara )
ସମ୍ +ରାଟ୍ = ସମ୍ରାଟ ( Samarata )
ଗୋ + ପଦ = ଗୋଷ୍ପଦ ( Gospada )
ତତ୍ + କର = ତସ୍କର ( Taskara )
ଆ + ପଦ = ଆସ୍ପଦ ( Aspada )
ଏକ + ଦଶ = ଏକାଦଶ ( Akadasa )
ଅହଃ + ଅହ = ଅହରହ ( Aharaha )
ପର + ପର = ପରସ୍ପର ( Paraspara )
ଷଟ୍ + ଦଶ = ଷୋଡଶ ( Sodasa )
No comments:
Post a Comment