Tadhita Sabda Odia - Information That You Want

Sunday, 15 July 2018

Tadhita Sabda Odia


ତଦ୍ଧିତ
(Tadhita Sabda)


                   ଶବ୍ଦର ପରେ ପ୍ରତ୍ୟୟ ଯୋଗ କରାଯାଇ ନୂତନ ଶବ୍ଦ ସୃଷ୍ଟି କରାଗଲେ ତାହାକୁ ତଦ୍ଧିତ କୁହାଯାଏ । ଏଠାରେ କୃଦନ୍ତ ଓ ତଦ୍ଧିତ ମଧ୍ୟରେ ଥିବା ପାର୍ଥକ୍ୟ ଲକ୍ଷ୍ୟ କରିବା ଉଚିତ । କ୍ରିୟା ବା ଧାତୁ ପରେ ପ୍ରତ୍ୟୟ ଯୋଗ କରାଗଲେ କୃଦନ୍ତ ହେଉଥିବା ବେଳେ ଶବ୍ଦର ପରେ ପ୍ରତ୍ୟୟ ଯୋଗ କଲେ ତଦ୍ଧିତ ହୁଏ । ନିମ୍ନରେ କିଛି ଉଦାହରଣ ଦିଆଯାଇଛି -

ଆତି- ବୃତ୍ତି ଅର୍ଥରେ- ଓକିଲ (okila) + ଆତି (ati) = ଓକିଲାତି (okilati)
ଆନି- ଭାବ/କର୍ମ ଅର୍ଥରେ- ବାବୁ (babu) + ଆନି (ani) = ବାବୁଆନି (babuani)
ସାହେବ (saheb) + ଆନି (ani) = ସାହେବାନି (sahebni)
ଆମି- ସ୍ୱଭାବ ଅର୍ଥରେ- ମୂର୍ଖ (murkha) + ଆମି (ami) = ମୂର୍ଖାମି (murkhami)
ଠକ (thaka) + ଆମି (ami) = ଠକାମି (thakami)
ଦୁଷ୍ଟ (dusta) + ଆମି (ami) = ଦୁଷ୍ଟାମି (dustami)
ପାଗଳ (pagala) + ଆମି (ami) = ପାଗଳାମି (pagalami)
ଆରି- ବ୍ୟବସାୟ ଅର୍ଥରେ- କଂସା (kansa) + ଆରି (ari) = କଂସାରି (kansaari)
ଭିକ (bhika) + ଆରି (ari) = ଭିକାରି (bhikaari)
ଶଙ୍ଖା (sankha) + ଆରି (ari) = ଶଙ୍ଖାରି (sankhaari)
ସୁନା (suna) + ଆରି (ari) = ସୁନାରି (sunaari)
ଆଳ- ଅଭ୍ୟାସ ବା ଦକ୍ଷତା ଅର୍ଥରେ- ବଇଁଶୀ (bainsi) + ଆଳ (ala) = ବଇଁଶିଆଳ (bainsiala)
ଅଛି ଅର୍ଥରେ- ଗଣ୍ଠି (ganthi) + ଆଳ (ala) = ଗଣ୍ଠିଆଳ (ganthiala)
ବୃତ୍ତି ଅର୍ଥରେ- ଗାଈ (gai) + ଆଳ (ala) = ଗାଈଆଳ (gaiala)
ଛେଳି (cheli) + ଆଳ (ala) = ଛେଳିଆଳ (cheliala)
ପାଇଟି (paiti) + ଆଳ (ala) = ପାଇଟିଆଳ (paitiala)
ମଇଁଷି (mainsi) + ଆଳ (ala) = ମଇଁଶିଆଳ (mainsiala)
ଆଳି- ଅଭ୍ୟାସ ବା ଦକ୍ଷତା ଅର୍ଥରେ- ଖେଳ (khela) + ଆଳି (ali) = ଖେଳାଳି (khelaali)
ଚଢ଼ା (chadha) + ଆଳି (ali) = ଟଢ଼ାଳି (chadhaali)
ପହଁରା (pahanra) + ଆଳି (ali) = ପହଁରାଳି (pahanraali)
ଜାତି ଅର୍ଥରେ- ବଇତ (baita) + ଆଳି (ali) = ବଇତାଳି (baitaali)
ବୃତ୍ତି ଅର୍ଥରେ- ଛପର (chapara) + ଆଳି (ali) = ଛପରାଳି (chaparaali)
ଧାନକଟା (dhanakata) + ଆଳି (ali) = ଧାନକଟାଳି (dhanakataali)
ସମୂହ ଅର୍ଥରେ- ଦୀପ (dipa) + ଆଳି (ali) = ଦୀପାଳି (dipaali)
ସମ୍ୱନ୍ଧାର୍ଥରେ- ଭାଇ (bhai) + ଆଳି (ali) = ଭାଇଆଳି (bhaiali)
ଇ- ଘଟୁଥିବ ଅର୍ଥରେ- ଚଉଠ (chautha) + ଇ (e) = ଚଉଠି (chauthi)
ଛୋଟ ଅର୍ଥରେ- କାଠ (katha) + ଇ (e) = କାଠି (kathi)
ଚକ (chaka) + ଇ (e) = ଚକି (chaki)
ଜାତି ଅର୍ଥରେ- କଟକ (kataka) + ଇ (e) = କଟକି (kataki)
ବୃତ୍ତି ଅର୍ଥରେ- ଚକର (chakara) + ଇ (e) = ଚାକିରି (chakiri)
ମାଷ୍ଟର (mastara) + ଇ (e) = ମାଷ୍ଟରି (mastari)
ସ୍ୱାର୍ଥରେ- ଚଳଣ (chalana) + ଇ (e) = ଚଳଣି (chalani)
ଇଆ- ଅତିଶୟ ଅର୍ଥରେ- କପାଳ (kapala) + ଇଆ (eia) = କପାଳିଆ (kapalia)
ମୁନ (mun) + ଇଆ (eia) = ମୁନିଆ (munia)
ଲୁଣ (luna) + ଇଆ (eia) = ଲୁଣିଆ (lunaia)
ଛୋଟ ଅର୍ଥରେ- ଖଟ (khata) + ଇଆ (eia) = ଖଟିଆ (khataia)

Read More

1 comment: