Sunday, 27 August 2017

Punarukti Badabhasa odia alankar

ପୁନରୁକ୍ତ ବଦାଭାସ
(punarukti Badabhasa)

                ଯେଉଁଠାରେ ଅର୍ଥ ଦୃଷ୍ଟିରୁ ଶବ୍ଦଗୁଡିକର ପୁନରୁକ୍ତି ହେଲାପରି ଜଣାପଡେ, କିନ୍ତୁ ପ୍ରକୃତରେ ପୁନରୁକ୍ତି ହୋଇ ନଥାଏ, ସେଠାରେ ପୁନରୁକ୍ତ ବଦାଭାସ ଅଳଙ୍କାର ହିଏ । ଯଥା –
                ପତିକାନ୍ତ ପ୍ରିୟ ବଚନକୁ କର୍ଣ୍ଣେ ଶୁଣି
                କୋପମାନ ନାଗ କଲା ରାମା ଶିରୋମଣି ।                  (ପ୍ରେମ ସୁଧାନିଧି)

                ଏଠାରେ ପତି, କାନ୍ତ, ପ୍ରିୟ – ଏହି ଶବ୍ଦଗୁଡିକ ଅର୍ଥ ଦୃଷ୍ଟିରୁ ପୁନରୁକ୍ତ ହେଲାପରି ଜଣାପଡୁଛି କିନ୍ତୁ ପ୍ରକୃତରେ ସେମାନଙ୍କର ଅର୍ଥ ଭିନ୍ନ । ଯଥା –
              ପତି – ସ୍ଵାମୀ, କାନ୍ତ – ମନୋହର, ପ୍ରିୟ – ମଧୁର ‌। (ସ୍ଵାମୀଙ୍କର ମନୋହର ତଥା ମଧୁର ବଚନ ଶୁଣି) । ସେହିପରି କୋପ ଓ ମାନ ଉଭୟେ ପୁନରୁକ୍ତ ହେଉଥିଲେ ମଧ୍ୟ କୋପ – କ୍ରୋଧ ଓ ମାନ – ବହୁବଚନ ଚିହ୍ନ ରୂପେ (ରାମା ଶିରୋମଣି କ୍ରୋଧସବୁ ନାଶକଲା) ବ୍ୟବହୃତ ।
                ଏହିଭଳି ଭାବରେ ଅନେକ ଶବ୍ଦଳଙ୍କାର ପ୍ରାଚୀନ ଓଡ଼ିଶା କବିମାନେ ବ୍ୟବହାର କରିଛନ୍ତି ।

No comments:

Post a Comment