ବହୁବ୍ରୀହି ସମାସ
( Bahubrihi Samas )
ଯେଉଁ ସମାସରେ ‘ସମସ୍ତପଦ’ ର ଅର୍ଥ ପୂର୍ବପଦ କିମ୍ୱା ଉତ୍ତରପଦକୁ ନବୁଝାଇ ଅନ୍ୟକୁ ବୁଝାଏ ଅର୍ଥାତ ଅନ୍ୟର ପ୍ରାଧାନ୍ୟ ଦର୍ଶାଏ, ତାହାକୁ ବହୁବ୍ରୀହି ସମାସ କହନ୍ତି ।
ଏହି ସମାସରେ ସମସ୍ୟାମାନ ପଦଗୁଡିକର ଅର୍ଥ ଯାହା, ’ସମସ୍ତପଦ’ ର ଅର୍ଥ ତହିଁରୁ ଭିନ୍ନ । କୌଣସି ସମସ୍ୟାମାନପଦର ପ୍ରାଧାନ୍ୟ ଦର୍ଶାଏ, ତାହାକୁ ବହୁବ୍ରୀହି ସମାସ କହନ୍ତି ।
ଏହି ସମାସର ସମସ୍ୟାମାନ ପଦଗୁଡିକର ଅର୍ଥ ଯାହା, ‘ସମସ୍ତପଦ’ ର ଅର୍ଥ ତହିଁରୁ ଭିନ୍ନ । କୌଣସି ସମସ୍ୟାମାନପଦର ପ୍ରାଧାନ୍ୟ ରହେ ନାହିଁ । ଯଥା – ବୀଣା ପାଣିରେ ଯାହାଙ୍କର – ବୀଣୀପାଣି ( ପ୍ରସିଦ୍ଧ ଅର୍ଥରେ ‘ସରସ୍ୟତୀ’)
ଏଠାରେ ବୀଣା ବା ପାଣି (ହାତ) ର ଅର୍ଥକୁ ନବୁଝାଏ ଯେ ପାଣରେ (ହସ୍ତରେ) ବୀଣା ଧରିଛନ୍ତି, ତାଙ୍କୁ ବୁଝାଉଛି, ଅର୍ଥାତ୍ ସରସ୍ୱତୀ । ସେହିପରି ପୀତମ୍ୱର ¬ ପୀତ (ହଳଦିଆ) ଅମ୍ୱର (ବସ୍ତ୍ର) ଯାହାଙ୍କର । ପ୍ରସିଦ୍ଧ ଅର୍ଥରେ ‘ବିଷ୍ଣୁଙ୍କୁ’ ବୁଝାଉଛି । କିନ୍ତୁ ପୀତାମ୍ୱର ଶବ୍ଦଟି ଯଦି ହଳଦିଆ ଲୁଗାକୁ ବୁଝାଏ ତାହା କର୍ମଧାରୟ ସମାସ ହେବ (ପୀତ ଅଟେ ଅମ୍ୱର) । ଏହି ସମାସ ବାକ୍ୟରେ ଅନ୍ୟ ଅର୍ଥର ସୂଚନା ଦେଉଥିବା ଯାହାକୁ, ଯାହା ଦ୍ୱାରା, ଯାହାଠାରୁ , ଯାହାର ଓ ଯାହାଠାରେ ପଦଗୁଡିକ ବ୍ୟବହୃତ ହୁଏ ।
ଯଥା – ୧. ଲମ୍ୱ ଉଦର ଯାହାର (Lambo udara jahara) – ଲମ୍ୱୋଦର (lambodara) (ଗଣେଶ)
ନୀଳ ଅମ୍ୱର ଯାହାର (Nila ambara jahara)¬ ନୀଳାମ୍ବର (Nilambara) (ପ୍ରସିଦ୍ଧ ଅର୍ଥରେ ବଳରାମ)
‘ଲମ୍ୱୋଦର´ ଶବ୍ଦ ‘ଲମ୍ୱ’ କିମ୍ୱା ‘ଉଦର’ କୁ ନବୁଝାଇ ଅନ୍ୟ ଅର୍ଥକୁ ବୁଝାଉଛି । ‘ନୀଳାମ୍ୱର’ ଶବ୍ଦ ‘ନୀଳ’ କିମ୍ୱା ‘ଅମ୍ୱର’ କୁ ନବୁଝାଅ ଅନ୍ୟ ଏକ ଅର୍ଥକୁ ବୁଝାଉଛି । ଏଠାରେ ପୂର୍ବପଦଟି ବିଶେଷଣ ଓ ଉତ୍ତରପଦ (ପରପଦ) ଟି ବିଶେଷ୍ୟ । ଅନ୍ୟ କେତେକ ଉଦାହରଣ ¬ ଚଉବାହା, ଚକାଆଖି (ଜଗନ୍ନାଥ) ଦଶାନନ (ରାବଣ, ବଳୀୟାରଭୁଜ ଇତ୍ୟାଦି । ଏହିସବୁ ଉଦାହରଣଗୁଡିକରେ ଉଭୟପଦ ସମାନ ବିଭକ୍ତିଯୁକ୍ତ ଏବଂ ଉଭୟ ପୂର୍ବପଦ ଓ ପରପଦ ଏକ (ସମାନ) ଅଧିକରଣ (ଆଧାର) ରେ ଅଛି । ତେଣୁ ଏଠାରେ ସମାନାଧିକରଣ ବା ବିଶେଷ୍ୟ ବିଶେଷଣରେ ବହୁବ୍ରୀହି ସମାସ ହୋଇଛି । ଏଗୁଡିକୁ ସମାନାଧିକରଣ ବହୁବ୍ରୀହି କୁହାଯାଏ ।
ଅନ୍ୟ କେତେକ ଉଦାହରଣ – ମହାବାହୁ (Mahabahu)(ଜଗନ୍ନାଥ)
ନୀଳକଣ୍ଠ (Nilakantha)(ମହାଦେବ)
ଚକାଡୋଳା (Chakadola)(ଜଗନ୍ନାଥ)
୨. ପୂର୍ବପଦ ବିଶେଷ୍ୟ ଓ ପରପଦ ମଧ୍ୟ ବିଶେଷ୍ୟ –
.ଯଥା – ଚକ୍ର ପାଣି (ହାତ) ରେ ଯାହାର (Chakra hatare jahara) – ଚକ୍ରପାଣି (Chakrapani)(ବିଷ୍ଣୁ)
ଗଦା ପାଣିରେ ଯାହାର (Gada panire jahara)– ଗଦାପାଣି (Gadapani)(ବିଷ୍ଣୁ)
ଚନ୍ଦ୍ର ଚୂଡାରେ ଯାହାର (Chandra Chudare Jahara)– ଚନ୍ଦ୍ରଚୂଡ (Chandrachuda) (ଶିବ)
ପଦ୍ମ ନାଭିରେ ଯାହାର(Padma Nabhire Jahara) – ପଦ୍ମନାଭ (Padmanava) (ପଦ୍ମନାଭି (ବିଷ୍ଣୁ)
ବୀଣା ପାଣରେ ଯାହାର (Bina panire Jahara) – ବୀଣାପାଣି (Binapani)(ସରସ୍ୱତୀ)
ସେହିପରି ଦଣ୍ଡପାଣି (Dandapanai), ପାପବୃଦ୍ଧି (Papabrudhi), ଲଗୁଡହସ୍ତ(ladugahasta), ଖଡୁଗ ହସ୍ତ(khadugahassta), ଚନ୍ଦ୍ରଶେଖର (Channdrasekhara)(ଶିବ) ଧନୁଷ୍ଠାଣି(Dhanusthani), ପାପମତି(Papamati) ଇତ୍ୟାଦି । ‘ଚକ୍ରପାଣି’ ଶବ୍ଦରେ ପୂର୍ବପଦ ’ଚକ୍ର’ ବିଶେଷ୍ୟ ଏବଂ ପରପଦ ’ପାଣି’ ମଧ୍ୟ ବିଶେଷ୍ୟ । ବିଭକ୍ତି ଗତ ଭିନ୍ନତାରୁ (ଚକ୍ର ଶବ୍ଦର ପ୍ରଥମା ବିଭକ୍ତି) ପୂର୍ବପଦ ଓ ପରପଦ ଏକ ଆଧାରରେ ନାହିଁ । ଏହା ବ୍ୟଧିକରଣ ବହୁବ୍ରୀହି । ବିଭକ୍ତିଗତ ଭିନ୍ନତା ଥାଇ ବିଶେଷ୍ୟସହ ବିଶେଷ୍ୟର ସମାସକୁ ବ୍ୟଧିକରଣ ବହୁବ୍ରୀହି କୁହାଯାଏ ।
Read More
୩. କେତେକ ବହୁବ୍ରୀହି ସମାସରେ ଉପମାନ(Upamana) ପୂର୍ବପଦ ଓ ଉପମେୟ (Upameya) ପରପଦ ହୋଇଥାନ୍ତି ; ‘ସମସ୍ତ’ ପଦରେ ଉପମାନର ଅଂଶ ବିଶେଷ ଲୋପପାଏ ଏବଂ ‘ସମସ୍ତପଦ’(Samastapada) ଅନ୍ୟ ଅର୍ଥକୁ ବୁଝାଏ । ଏହାକୁ ଉପମିତ ବହୁବ୍ରୀହି (Bahubrihi) କହନ୍ତି ।
ଉଦାହରଣ – ଓଟର ମୁହଁ ପରି ମୁହଁ ଯାହାର (otara muhan pari muhan jahara) – ଓଟମୁହାଁ (otamuhan)
ଘୋଡାର ମୁହଁ ପରି ମୁହଁ ଯାହାର (ghodara muhan pari muhan jahara) – ଘୋଡାମୁହାଁ (ghodamuhan)
ମୃଗର ନୟନ ପରି ନୟନ ଯାହାର (Mrugara Nayana pari nayana Jahara)¬(ସ୍ତ୍ରୀ) – ମୃଗନୟନା / ମୃଗନୟନୀ (Mruganayana/Mruganayani)
ହାତୀକାନ ପରି କାନ ଯାହାରS(Hati kana pari kana jahara) – ହାତିକାନିଆ (Hatikania)
ମରାଳଗମନ ପରି ଗମନ ଯାହାର (Marala gamana pari gamana jahara) (ସ୍ତ୍ରୀ) – ମରାଳଗମନା (Maralagamana)
ଚନ୍ଦ୍ର ପରି ବଦନ ଯାହାର(Chandra Pari Badana Jahara) (ସ୍ତ୍ରୀ) ¬ ଚନ୍ଦ୍ରବଦନା / ଚନ୍ଦ୍ରବଦନୀ (Chandrabadana / Chandrabadani)
ସୂର୍ଯ୍ୟ ପରି ନଖ ଯାହାର (Surya pari nakha jahara)¬(ସ୍ତ୍ରୀ) – ସୂର୍ପଣଖା (surpanakha)
ସେହପରି ସିଂହକଟୀ ( sinhakati ), ଚିଲାଆଖିଆ ( Chilaakhia ), ଚନ୍ଦ୍ରକାନ୍ତି( Chandrakanti ), ପେଚାନାକା ( Pechanaka ), ହରିଣବେକା ( Harinabeka ), ବାଘମୁହାଁ (Baghamuhan), ମାଗୁରନିଶା ( Maguranisha ), ଗଜଗମନା( gajagamana ), ଗୁରଙ୍ଗୀନୟନା ( guranganayana ), ପିକବଚନା (pikabachana), ମୀନନୟନା (minanayana), ପଦ୍ମବଚନା (padmabachana), କୁନ୍ଦଦନ୍ତୀ(kundadanti), ଚନ୍ଦ୍ରନନା (Chandranana)/ ଚନ୍ଦ୍ରନନୀ (Chandranani)ଇତ୍ୟାଦି ।
୪. କେତେକ କ୍ଷେତ୍ରରେ ନାସ୍ତିବାଚକ ଶବ୍ଦ (ନାହିଁ) ପୂର୍ବପଦ ହୋଇ ବହୁବ୍ରୀହି ସମାସ ହୋଇଥାଏ । ଏହାକୁ ନିଷେଧାର୍ଥକ (Nisedharthaka) / ନଞାର୍ଥକ (Nagyanrthanka)କହନ୍ତି ।
ଉଦାହରଣ – ନାହିଁ ଧନ ଯାହାର (Nahi Dhana jahara)– ନିର୍ଧନ (nidhana)/ ନିର୍ଦ୍ଧନ (nirdhana)
ନାହିଁ ଦୋଷ ଯାହାର ( Nahi Dosa Jahara ) ¬ ନିର୍ଦୋଷ ( Nirdosa )/ ନିର୍ଦ୍ଦୋଷ ( Nirdosa )
ନାହିଁ ପାପ ଯାହାର (Nahin Papa Jahara ) – ନିଷ୍ପାପ ( Nispapa )
ନାହିଁ ଖୁଣ ଯାହାର ( Nahin Khuna jahara ) ¬ ନିଖୁଣ ( Nikhuna )
ବିଗତ ହୋଇଛି ଧବ ଯାହାର ( BIgatta Hoichi dhaba Jahara ) ¬ ବିଧବା ( Bidhaba ) (ସ୍ତ୍ରୀ)
ସେହିପରି ଅନନ୍ତ (Ananata), ଅନାଦି ( Anadi ), ଅସୀମ( Asima ), ଅଲଣା ( Alana ), ଅଣବାବୁଆ ( Anababua ), ଅଗାଧ ( Agadha ), ନିର୍ଭୀକ ( Nibhika ), ନିର୍ଭୟ ( Nirbhaya ), ନିରାକର ( Nirakara ), ନିରୁଙ୍କୁଶ ( Nirankusa ), ବିପତ୍ନୀକ ( Bipatnika ), ନିଷ୍କଳଙ୍କ ( Niskalanka ), ନୀରୋଗ ( Niroga ), ନିରାପଦ ( Nirapada ), ନିରପରାଧ ( Niraparadha ), ନିର୍ଜନ ( Nirjana ),ଓ ଜିତେନ୍ଦ୍ରିୟ ( Jitendriya )ପ୍ରଭୃତି ନିଷେଧାର୍ଥକ ବହୁବ୍ରୀହି ।
୫. ଯେ କୌଣସି ପଦ ସହିତ ‘ସହ´ଶବ୍ଦ ଯୋଗରେ ଯେଉଁ ସମାସ ହୁଏ ତାହାକୁ ସହାର୍ଥ ବହୁବ୍ରୀହି (Bahubrihi) କହନ୍ତି । ( ‘ସହ’ ରୁ ’ସ’ ରହେ)
ଯଥା – ପୁତ୍ର ସହିତ ଯେ ଅଛନ୍ତି ( Putra Sahita Je achanti ) – ସପୁତ୍ର (saputra)/ ସପୁତ୍ରକ (saputraka)
ପରିବାର ସହିତ ଅଛନ୍ତି ଯେ (paribaara sahita achanati je)– ସପରିବାର (saparibara)
ସ୍ତ୍ରୀ ସହିତ ଅଛନ୍ତି ଯେ (Stri Sahita achanti je)- ସସ୍ତ୍ରୀକ (Sastrika)(ସ୍ୱାର୍ଥରେ ‘କ’ ପ୍ରତ୍ୟୟ)
ଶ୍ରଦ୍ଧା ସହିତ ଯାହା ( Sradha sahita jaha )– ସଶ୍ରଦ୍ଧ ( sashradha )
ଶିଷ୍ୟ ସହ ଯେ ( sishya saha je)– ସଶିଷ୍ୟ ( Sashishya )
ଲାଜ ସହ ଯେ ( laja saha je )– ସଲଜ୍ଜ (salaja) (ସ୍ତ୍ରୀ – ସଲଜ୍ଜା)
ସେହିପରି ସସୈନ୍ୟ ( sasainya ), ସାନନ୍ଦ ( sananda ), ସସମ୍ମାନ (sasamana), ସବିନୟ(sabinaya), ସାନୁନୟ,(sanunaya) ସଦୟ(Sadaya), ସହୃଦୟ(sahrudaya), ସାନୁଜ(sanuja), ସବାନ୍ଧବ(sabandhaba), ସକୁଟୁମ୍ୱ (sakutumba) ଇତ୍ୟାଦି ବହୁବ୍ରୀହି ।
ଏହି ସମାସରେ ‘ସମାନ’ ଶବ୍ଦସହିତ ସମାସ ହେଲେ ’ସମାନ’ ସ୍ଥାନରେ ‘ସ’ ମଧ୍ୟ ହୁଏ । କେତେକ ସ୍ଥଳରେ ’ସହ’ ରହେ ।
ଯଥା – ସମାନପିଣ୍ଡ ଯେଉଁମାନଙ୍କର ସେମାନେ (samana pinda jeunmanankara semane ) ¬ ସପିଣ୍ଡ (sapinda)
ସମାନ ଗୋତ୍ର ଯେଉଁମାନଙ୍କର ସେମାନେ (samana gotra jeunmanankara) – ସଗୋତ୍ର (sogatra)
ସେହିପରି ସବର୍ଣ୍ଣ (sabarna), ସଦର (sadara) /ସହୋଦର (sahodara) ପ୍ରଭୃତି ।
୬. ପରସ୍ପର ଯୁଦ୍ଧ ଅର୍ଥରେ ଏକ ଜାତୀୟ ଦୁଇଟି ଦ୍ୱୀତିୟା ବା ତୃତୀୟା ବିଭକ୍ତ୍ୟନ୍ତ ପଦର ସମାସକୁ ବ୍ୟତିବାର ବହୁବ୍ରୀହି କୁହାଯାଏ ।
ଯଥା – କେଶକୁ କେଶକୁ ଧରି ଯେଉଁ ଯୁଦ୍ଧ ( kesaku kesa dhari jeun judha )– କେଶାକେଶି ( kesakesi )
ଠୋଙ୍ଗାରେ ଠେଙ୍ଗାରେ ଯେଉଁ ଯୁଦ୍ଧ ( Thengare thengare jeun judha ) ¬ ଠେଙ୍ଗାଠେଙ୍ଗି ( Thenga thengi)
ବାଡ଼ି ଦ୍ୱାରା ବାଡ଼ିଦ୍ୱାରା ପରସ୍ପର ଯେଉଁ ଯୁଦ୍ଧ ( Badi dwaran jeun judha ) ¬ ବାଡାବାଡ଼ି ( Badabadi )
ଏଠାରେ ପରସ୍ପର ଯୁଦ୍ଧ ଅର୍ଥରେ ସମାସ ହୋଇ ‘ସମସ୍ତପଦ’ ଅନ୍ୟଅର୍ଥକୁ ବୁଝାଉଥିବାରୁ, ଏହା ବ୍ୟତିହାର ବହୁବ୍ରୀହି । ଏହି ସମାସରେ ପୂର୍ବପଦ ଆକାରନ୍ତ ଓ ପରପଦ ଇକାରାନ୍ତ ହୁଏ । ଅନ୍ୟ କେତେକ ଉଦାହରଣ –
ହାତାହାତି ( Hatahati ), ହସ୍ତାହସ୍ତି ( Hastahasti ), ପିଟାପିଟି ( Pitapiti ), ଘୋଷରାଘୋଷରି ( Ghosarighosari ), ମରାମରି ( Maramori ), ପେଲାପେଲି ( Pelapeli ), ଧରାଧରି ( Dharadhari ) ଇତ୍ୟାଦି ।
୭. ମଧ୍ୟପଦ ଲୋପୀ ବହୁବ୍ରୀହି ସମାସରେ ପରିମାଣ ବା ମୂଲ୍ୟବାଚକ ଶବ୍ଦର ଉତ୍ତର, ଈ, ଉଆ, ଆଦି ପ୍ରତ୍ୟୟ ହୁଏ ।
ଯଥା – ଆଠହାତ ପରିମାଣ ଯାହାର ( Atha hata parimana jahara )– ଆଠହାତି ( Athahati ) / ଆଠହାତିଆ ( Athahatia )
ସେହିପରି ଦଶକିଲିଆ ( Dasakilikia ), ପା଼୍ଞ୍ଚଟଙ୍କିଆ ( Panchakilikia )ଇତ୍ୟାଦି । ଏଠାରେ ମଧ୍ୟପଦ (ମୂଲ୍ୟ ବା ପରିମାଣ ) ଟି ଲୋପ ହୋଇଛି ।
ବହୁବ୍ରୀହି ସମାସର ଅନ୍ୟ କେତେକ ଉଦାହରଣ –
ନଦୀ ମାତା ଯାହାର ( Nadi mata jahara )(ଯେଉଁ ଦେଶର) – ନଦୀମାତୃକ ( Nadimatruka)
(ଯେଉଁ ଦେଶର କୃଷି ମୁଖ୍ୟତଃ ନଦୀଜଳ ଉପରେ ନିର୍ଭରଶୀଳ)
ଦେବତା ମାତା ଯାହାର ( Debata mata jahara )– ଦେବମାତୃକ ( Debamatruka )
(ଯେଉଁ ଦେଶର କୃଷି ଦେବତା ଅର୍ଥାତ ବର୍ଷା ଉପରେ ନିର୍ଭରଶୀଳ)
ନାହିଁ (ନିଃ) ଅର୍ଥ ଯହିଁରେ ( Nahi artha jahin re ) – ନିରର୍ଥକ ( Nirarthaka )
ପୁତ୍ର ନାହିଁ ଯାହାର ( Putra nahi jahara ) – ଅପୁତ୍ରକ ( Aputraka )
ପିନାକ ଧନୁ ଯାହାର ( Pinaka dhanu jahara ) – ପିନାକଧନ୍ୱା ( Pinakadhanwa ) (ଶିବ)
ପୁଷ୍ପ ଧନୁ ଯାହାର ( Puspa dhanu jahara ) – ପୁଷ୍ପଧ୍ୱନୀ ( Puspadhanwa )(କନ୍ଦର୍ଦ)
ସୁନ୍ଦରୀ ନାମ୍ନୀ ଭାର୍ଯ୍ୟା ଯାହାର ( Sundari Namni Bharja Jahara) – ସୁନ୍ଦରଭାର୍ଯ୍ୟ ( Sundarabharjya )
ସୁନ୍ଦରୀ ଅଟେ କାର୍ଯ୍ୟ ଯାହାର ( Sundari ate karja Jahara ) – ସୁନ୍ଦରକାର୍ଯ୍ୟ ( Sundara karjya )
ଶାର୍ଙ୍ଗ ଧନୁ ଯାହାର ( Sarga dhanu jahara )– ଶାର୍ଙ୍ଗଧନ୍ୱା ( Sargadhanwa )
(ବିକଳ୍ପରେ ଶାଙ୍ଗଧନୁ । ସେହପରି ପୁଷ୍ପଧନୁ, ପିନାକଧନୁ ଇତ୍ୟାଦି ବ୍ୟବହୃତ ହୁଏ)
ଯୁବତୀ ଜାୟା ଯାହାର ( Jubati jaya jahara ) – ଯୁବଜାନି ( Jubajani )
ତାର ନାହିଁ ଯହିଁରେ ( Tara nahi jahinre ) ¬ ବେତାର ( Betara )
ପ୍ରତିଞାଦୃଢ ଯାହାର ( Pratigyan drudha jahara ) ¬ ଦୃଢପ୍ରତିଜ୍ଞା ( drudhapratigyan )
ସେହପରି ସ୍ଥିତପ୍ରଜ୍ଞ ( Sthitapragyan ), ସାରଗର୍ଭକ ( Saragarbhaka ), ନିରାଶ ( Nirasa ), ହତାଶ ( Hatasa) ପ୍ରଭୃତି ବହୁବ୍ରୀହି ସମାସର ଅନ୍ତର୍ଭୁକ୍ତ ।

No comments:
Post a Comment